ଜୟପୁର, ୮ ଜୁଲାଇ (ହି.ସ.)- କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି । ଆସନ୍ତା ୧୧ ତାରିଖରେ ଭୁବନେଶ୍ୱର ଠାରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ । ଏନେଇ ଆଜି ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନି ଆୟୋଜନ ହୋଇଛି । ଏଥିରେ ଓଡିଶା ପ୍ରଦେଶ କଂଗ୍ରେସ ଉପ ସଭାପତି ତଥା ରାଜଗାଙ୍ଗପୁର ବିଧାୟକ ସି.ଏଚ ରାଜନ ଏକ୍କା, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଉପସ୍ଥିତ ରହି ବିଜେପିର ଡବଇ ଇଞ୍ଜିନସରକାର ଯେଉଁ ସମ୍ବିଧାନକୁ ଉପରେ ଆକ୍ରମଣ କରୁଛି ତାହାକୁ ବିରୋଧ କରାଯାଇ ସମାବେଶ ଆୟୋଜନ ହେବ । ଏଥିରେ ବହୁ ସଂଖ୍ୟାରେ ସବୁ ବର୍ଗର ଲୋକ ଉପସ୍ଥିତ ରହି ସଫଳ କରିବାକୁ ଆହ୍ୱାନ ଦିଆଯାଇଥିଲା । ମୋଦୀ ସରକାର ଆସିବା ଠାରୁ ସମସ୍ତ ବର୍ଗର ଲୋକ ଅସୁରକ୍ଷିତ । ତେଣୁ ସମ୍ବିଧାନକୁ ବଞ୍ଚାଇବାର ଆବଶ୍ୟକତା ରହିଛି । ସମ୍ବିଧାନ ବଞ୍ଚାଅ ଓ ଦେଶ ବଞ୍ଚାଅ ଡାକରା ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହାକୁ ସଫଳ କରିବାକୁ ଉପସ୍ଥିତ ଅତିଥି ମାନେ ଆହ୍ୱାନ ନେଇଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ଶଶି ଭୁଷଣ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ରୁପକ ତୁରୁକ, ବିନୋଦ ମହାପାତ୍ର, ନିମାଇ ସରକାର, ବସନ୍ତ ନାୟକ, କୃଷ୍ଣ ନେପାକ, ମଦନ ମୋହନ ନାୟକ, ନିହାର ବିଷୋୟୀ, ସୁକାନ୍ତ ପଟ୍ଟନାୟକ, ହସନ ମଦାନି ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି