ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ
ମାଲକାନଗିରି, ୮ ଜୁଲାଇ (ହି.ସ.) - ମାଲକାନଗିରି ବନଖଣ୍ଡ ଆନୁକୂଲ୍ୟରେ ଚାଲାଣ ଗୁଡା ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ସମ୍ମାନିତ ଅତିଥି ଭାବେ ପିଡି ନରେଶ ଚନ୍ଦ୍ର ଶବର, ବନଖଣ୍ଡ ଅଧିକାରୀ ସାଇ କି
ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ


ମାଲକାନଗିରି, ୮ ଜୁଲାଇ (ହି.ସ.) - ମାଲକାନଗିରି ବନଖଣ୍ଡ ଆନୁକୂଲ୍ୟରେ ଚାଲାଣ ଗୁଡା ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ସମ୍ମାନିତ ଅତିଥି ଭାବେ ପିଡି ନରେଶ ଚନ୍ଦ୍ର ଶବର, ବନଖଣ୍ଡ ଅଧିକାରୀ ସାଇ କିରଣ ଡି.ଏନ,ଏସିଏଫ ମନସୁନ ଖେମୁଣ୍ଡୁ ଓ ଚାଲାଣ ଗୁଡା ସରପଂଚ ଅରକ୍ଷିତ ନାୟକ ମଂଚାସୀନ ଥିଲେ।

ଏହି ଅବସରରେ ସାମ୍ବାଦିକ କେଶବ ଚନ୍ଦ୍ର ନାୟକଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାରେ ସମ୍ମାନିତ କରା ଯାଇଥିଲା।

ପ୍ରଥମେ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବୃକ୍ଷ ରୋପଣ କରି ବନମହୋତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପରେ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ବୃକ୍ଷ ରୋପଣ କରିଥିଲେ। କାଲିମେଳା ବନପାଳ ମୃତ୍ୟୁଞ୍ଜୟ ସେଠୀ ମଂଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବନାଂଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ, ଚିତ୍ରକୋଣ୍ଡା ବନାଂଚଳ ଅଧିକାରୀ ବଳରାମ ନାୟକ, ମୋଟୁ ବନାଂଚଳ ରଶ୍ମି ରଞ୍ଜନ ସ୍ୱାଇଁ ଏବଂ ଅନ୍ୟାନ୍ୟ ବନକର୍ମଚାରୀମାନେ ଉପସ୍ଥିତ ଥିଲେ। ଚାଲାଣ ଗୁଡା କସ୍ତୁରବା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ସଭାକାର୍ଯ୍ୟକୁ ସଫଳ ରୂପାୟନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ / ଭାନୁ

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande