ଗଂଜାମ, 9 ଜୁଲାଇ (ହି.ସ.) ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଗ୍ରାମରେ ଥିବା ଗାଁ କଲ୍ୟାଣ ସମିତି ଗୁଡିକ ନିଷ୍କ୍ରିୟ ହୋଇପଡିଛି। ଫଳରେ ଗାଁ ଗହଳିରେ ସ୍ୱାସ୍ଥ୍ୟ ଅବସ୍ଥା,ପରିମଳଓ ସ୍ବାସ୍ଥ୍ୟ ସଚେତନତା ଅବସ୍ଥା ବିଗିଡିଯାଇଛି। ସ୍ବାସ୍ଥ୍ୟ ମେଳାହେଉନି। ଲୋକେ ସ୍ୱାସ୍ଥ୍ୟ ସେବା ପାଉନାହାନ୍ତି। ପରିମଳ ଅଵସ୍ଥା ଵିପର୍ଯ୍ଯସ୍ତ ହୋଇ ଯାଉଛି। ସମିତିର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଓ ସରକାରୀ ଅନୁଦାନ ଠିକ୍ ସମୟରେ ମିଳୁନଥିଵାରୁ ଗାଁ କଲ୍ୟାଣ ସମିତି ଗୁଡିକ ନିଷ୍କ୍ରିୟ ହୋଇପଡିଛି। ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ଘଟଣାର ଅନୁଧ୍ୟାନ କରି ଗାଁ କଲ୍ୟାଣ ସମିତି ଗୁଡିକୁ କ୍ରିୟାଶୀଳ କରିବାକୁ ଜନଦାଵି ହେଉଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ