ଆସନ୍ତା ୧୧ ତାରିଖ ସମ୍ବିଧାନ ବଞ୍ଚାଅ ସମାବେଶରେ ବଲାଙ୍ଗୀରରୁ ଯୋଗଦେବେ ୨ହଜାର ଲୋକ
ବଲାଙ୍ଗିର, 9 ଜୁଲାଇ (ହି.ସ.) ଆସନ୍ତା ଜୁଲାଇ ୧୧ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ସମ୍ବିଧାନ ସୁରକ୍ଷା ସମାବେଶରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ସଂସଦର ବିରୋଧିଦଳର ନେତା ରାହୁଲ ଗାନ୍ଧୀ ଯୋଗଦେବେ । ସେଥିପାଇଁ କଂଗ୍ରେସଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯା
ଆସନ୍ତା ୧୧ ତାରିଖ ସମ୍ବିଧାନ ବଞ୍ଚାଅ ସମାବେଶରେ ବଲାଙ୍ଗୀରରୁ ଯୋଗଦେବେ ୨ହଜାର ଲୋକ


ବଲାଙ୍ଗିର, 9 ଜୁଲାଇ (ହି.ସ.)

ଆସନ୍ତା ଜୁଲାଇ ୧୧ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ସମ୍ବିଧାନ ସୁରକ୍ଷା ସମାବେଶରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ସଂସଦର ବିରୋଧିଦଳର ନେତା ରାହୁଲ ଗାନ୍ଧୀ ଯୋଗଦେବେ ।

ସେଥିପାଇଁ କଂଗ୍ରେସଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ସମାବେଶରେ ବଲାଙ୍ଗୀର ଜିଲ୍ଲାର ୨୦୦୦ରୁ ଅଧିକ ଲୋକ ଯୋଗଦେବେ ବୋଲି ସ୍ଥାନୀୟ ସାମ୍ବାଦିକ ଭବନଠାରେ କଂଗ୍ରେସଦଳର ଷ୍ଟିୟରିଂ କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦିଆଯାଇଛି। କଂଗ୍ରେସର ବରିଷ୍ଠ ନେତା ପୂର୍ବତନ ବିଧାୟକ ସନ୍ତୋଷସିଂ ସାଲୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ମୋଦୀ ସରକାର ଦେଶରେ ଅରାଜକତା ସୃଷ୍ଟି କରୁଛି। ସମ୍ବିଧାନୀକ ସଂସ୍ଥାଗୁଡିକର କ୍ଷମତାହ୍ରାସ କରି ନିଜର ମନମୁଖୀ ଶାସନ ଚଳାଇଛନ୍ତି। ନିର୍ବାଚନ କମିଶନଙ୍କ ନିଯୁକ୍ତିରେ ସାମ୍ବାଧାନିକ ବିଧି ବ୍ୟବସ୍ଥାକୁ ଉଲଂଘନ କରାଯାଉଛି। ଇଡି, ସିବିଆଇ, ଆୟକର ବିଭାଗକୁ ଲଗାଇ ସୋନିଆଁ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସହ ଅନେକ ପ୍ରତିପକ୍ଷ ନେତାଙ୍କୁ ହଇରାଣ ହରକତ କରାଯାଉଛି। ତଥାପି କଂଗ୍ରେସ ନେତାମାନେ ଭୟଭୀତ ନହୋଇ ସରକାରଙ୍କ ଦୋଷତୃଟିକୁ ସାମନାକୁ ଆଣୁଛନ୍ତି। ଆଜି ସମାଜର ବିଭିନ୍ନ ପଛୁଆବର୍ଗର ଲୋକ ନ୍ୟାୟପାଇବାରୁ ବଞ୍ଚିତ ହେଉଛନ୍ତି। ଲୋକଙ୍କ ଅଭିଯୋଗ ସରକାର ଶୁଣୁନାହାଁନ୍ତି। ଓବିସି ବର୍ଗ, ଦଳିତ, ଆଦିବାସୀ ତାଙ୍କ ନ୍ୟାୟସଂଗତ ଅଧିକାର ପାଉ ନାହାଁନ୍ତି । ତେଣୁ କଂଗ୍ରେସ ଦଳର ଲୋକଙ୍କୁ ନ୍ୟାୟ ଦେବା ଦାବି ତଥା ସମ୍ବିଧାନକୁ ସୁରକ୍ଷା ଦେବାକୁ ଦାବି କରି ସାରା ଭାରତରେ ଆନ୍ଦୋଳନ ଆରମ୍ଭ କରିଛି। ରାହୁଲ ଗାନ୍ଧୀ ଭାରତର ବିଭିନ୍ନ ଅଞ୍ଚଳକୁ ଗସ୍ତକରି ପଦଯାତ୍ରାରେ ସାମିଲ ହୋଇଛନ୍ତି। ଏବେ ଓଡିଶାରେ ଥିବା ବିଜେପି ସରକାର ଅମଳରେ ଦଳିତଙ୍କୁ ଆତ୍ୟାଚାର, ନାବାଳିକା ଦୁସ୍କର୍ମ, ନାରୀ ନିର୍ଯ୍ୟାତନା ମାମଲା ବଢିଚାଲିଛି। ତେଣୁ ସମ୍ବିଧାନ ସୁରକ୍ଷା ସମାବେଶ କରି ଲୋକଙ୍କ ନ୍ୟାୟସଂଗତ ଦାବି ଉପସ୍ଥାପନ କରାଯିବ ବୋଲି ଶ୍ରୀ ସାଲୁଜା କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ ସନ୍ତୋଷସିଂ ସାଲୁଜାଙ୍କ ସହିତ ବଲାଙ୍ଗୀର ଷ୍ଟିୟରିଂ କମିଟିର ଜିଲ୍ଲା ଆବାହକ ଅନୀଳ ମେହେର,ପିସିସି ସଂପାଦିକା ଅନୀମା ମିଞ୍ଜ,ନରେନ୍ଦ୍ର ମେହେର ଓ ଆକବର ଖାନ ମଞ୍ଚାସୀନ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande