ରାଜ୍ୟବ୍ୟାପୀ ପରିବହନ ବ୍ୟବସ୍ଥା ଠପ୍
ଭୁବନେଶ୍ୱର, 9 ଜୁଲାଇ (ହି.ସ.)- ଗୋଟିଏ ପଟେ ଡ୍ରାଇଭର ସଂଘର ଆନ୍ଦୋଳନ, ଅନ୍ୟପଟେ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରା। ଏହା ପ୍ରଭାବରେ ରାଜ୍ୟବ୍ୟାପୀ ପରିବହନ ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇଯାଇଛି। ରାଜଧାନୀ ଭୁବନେଶ୍ଵର ବରମୁଣ୍ଡା ବସଷ୍ଟାଣ୍ଡରୁ ବସ୍ ଚଳାଚଳ କରୁନଥିବା ବ
ରାଜ୍ୟବ୍ୟାପୀ ପରିବହନ     ବ୍ୟବସ୍ଥା ଠପ୍


ଭୁବନେଶ୍ୱର, 9 ଜୁଲାଇ (ହି.ସ.)- ଗୋଟିଏ ପଟେ

ଡ୍ରାଇଭର ସଂଘର ଆନ୍ଦୋଳନ, ଅନ୍ୟପଟେ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରା। ଏହା ପ୍ରଭାବରେ ରାଜ୍ୟବ୍ୟାପୀ ପରିବହନ

ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇଯାଇଛି। ରାଜଧାନୀ ଭୁବନେଶ୍ଵର ବରମୁଣ୍ଡା ବସଷ୍ଟାଣ୍ଡରୁ ବସ୍

ଚଳାଚଳ କରୁନଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦୀର୍ଘ

ସମୟ ଅପେକ୍ଷା କରି ରହିବା ପରେ ଯାତ୍ରୀ ମାନେ ଫେରିଯାଉଛନ୍ତି। ଗତକାଲି ରାତିରେ କିଛି ଟିକେଟ

କ୍ୟାନସଲ୍ କରାଯାଇଥିଲା, ଆଜି ଟିକେଟ କରାଯାଉନଥିବା ବ୍ୟବସାୟୀ ମାନେ କହିଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡରେ କାଲି

ସନ୍ଧ୍ୟାରୁ ଅନେକ ଯାତ୍ରୀ ବସ ପାଇଁ ଅପେକ୍ଷା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande