ଗଂଜାମ, 9 ଜୁଲାଇ (ହି.ସ.)
ଵ୍ରହ୍ମପୁର ସଦର ଥାନା କୁକୂଡାଖଣ୍ଡି ଅଞ୍ଚଳରେ ଚୋର ଆତଙ୍କ ଦେଖାଦେଇଛି। ଘରେ ଲୋକ ନଥିଵା ସୁଯୋଗ ନେଇ ଚାବି ତାଲା ଭାଙ୍ଗି ଚୋରମାନେ ଘରୁ ଲୁଟ କରୁଥିଵା ଅଭିଯୋଗ ହେଉଛି। ଵିଘ୍ନନେଶ୍ୱର ସାହିରେ ଲୋକେ ଘର ଆଗରେ ବାଈକ ରଖିଥିବା ବେଳେ ଚୋରମାନେ ଵାଇକରୁ ଲଗାତର ପେଟ୍ରୋଲ ଚୋରି କରୁଥିବା ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ଏହି ଅଞ୍ଚଳରେ ପାଟ୍ରୋଲିଙ୍ଗ କରିଵା ସହ ଚୋରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ