ବଲାଙ୍ଗିର, 7 ଅଗଷ୍ଟ (ହି.ସ.)
ଆଜି ସ୍ଥାନୀୟ ଜଙ୍ଗଲ ବିଭାଗ ଅଫିସ ବୈଠକ ଗୃହରେ ମାନ୍ୟବର ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଙ୍କ ଅଧ୍ୟକ୍ଷତା ରେ ବଲାଙ୍ଗିର ସଦର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିକାଶ ମୂଳକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ବଲାଙ୍ଗିର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଙ୍କ ସ୍ବାଗତ ଭାଷଣ ପରେ ବିଧାୟକ ବିଭିନ୍ନ ବିଭାଗର ର ଅଧିକାରୀଙ୍କୁ ନେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯ ତଥା ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ତନ୍ମଧ୍ଯ ରୁ ଲୋୟର ସୁକତେଲ ପ୍ରକଳ୍ପ କୁ ଗୁରୁତ୍ବ ଦେଇ ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ବଲାଙ୍ଗିର ଚନ୍ଦନଭାଟି ରାସ୍ତା ରେ ବିନା ଅନୁମତିରେ ପାଇପଲାଇନ କେନାଲ ରାସ୍ତା କାଟି ଜଣେ ସାଧାରଣ ଜନତାଙ୍କ ଜମୀ ଦେଇ ଲାଇନ ବିଛାଉଥିବା ଅଭିଯୋଗକୁ ଶୁଣି ଅଧିକାରୀଙ୍କ ଉପରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ତାଗିତ କରିଥିଲେ ବିଧାୟକ କଳିକେଶ। ତା ପରବର୍ତ୍ତୀ ସମୟରେ ଜୋଗାଣ ବିଭାଗକୁ ଅନେକ ପ୍ରଶ୍ନ କରି ବଲାଙ୍ଗିର ରେ ବେଆଇନ ଭାବରେ ଟାର୍ଗେଟରୁ ଅଧିକ ଧାନ କିଣା ବିଷୟ ରେ ଗୁରୁତ୍ବାରୋପ କରି ତଦନ୍ତ କରିବାପାଇଁ ଆଗାମୀ ବିଧାନସଭା ତଥା ବିଭାଗର ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଜଣାଇବେ ବୋଲି ସୁଚନା ଦେଇଥିଲେ । ବଲାଙ୍ଗିର ସହରର ବିଭିନ୍ନ ମନ୍ଦିର ମାନଙ୍କର ଉନ୍ନତିକରଣ ପାଇଁ ଜମୀ ଚିହ୍ନଟ ବା ଜବରଦଖଲ ହୋଇଥିବା ବିଷୟରେ ତହସିଲଦାର ଙ୍କୁ ନିଦ୍ଦେର୍ଶ ଦେଇଥିବାବେଳେ ବଲାଙ୍ଗିର ରେ ହେବାକୁ ଯାଉଛି ଚାରିଗୋଟି କଲ୍ଯାଣ ମଣ୍ଡପର ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ୍ଯ ଜଳଯୋଗାଣ ବିଭାଗ ର ଅଧିକାରୀଙ୍କୁ ବିଗତ ଦିନରେ କରିଥିବା ବିଭାଗୀୟ ସମୀକ୍ଷା ବିଷୟରେ ପଚାରି ବୁଝିଥିଲେ । ଜଙ୍ଗଲ ବିଭାଗ ଅନ୍ତର୍ଭୁକ୍ତ ଭୀମପାହାଡ ଓ ଚାନ୍ଦଲିପାହାଡ ର ଉନ୍ନତିକରଣ ପାଇଁ ଡିପିଆର ପ୍ରସ୍ତୁତ ହୋଇ ଜିଲ୍ଲାପାଳଙ୍କ ଜରିଆରେ ବିଭାଗ କୁ ପଠାଇବା ପାଇଁ ଜଙ୍ଗଲ ବିଭାଗ ଓ ପର୍ଯ୍ୟଟନ ବିଭାଗ କୁ ନିଦ୍ଦେର୍ଶ ଦେଇଥିଲେ । ବଲାଙ୍ଗିର ସହରରେ ପୂର୍ତ୍ତବିଭାଗ ତରଫରୁ ଡ୍ରେନେଜ ବ୍ଯବସ୍ଥା ପାଇଁ ଡକାଯାଇଥିବା ନଅ କୋଟି ବ୍ଯୟ ଅଟକଳର ଟେଣ୍ଡର ବିଷୟରେ ଆଲୋଚନା କରି ଖୁବଶିଘ୍ର କାର୍ଯ୍ଯ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସାମାଜିକ ସୁରକ୍ଷା ବିଭାଗ ଓ ସ୍ବାସ୍ଥ୍ୟବିଭାଗ ର ସାମଞ୍ଜସ୍ଯ ରକ୍ଷାକରି ବାର୍ଦ୍ଧକ୍ଯ ଭତ୍ତା ଓ ବିକଳାଙ୍ଗ ବତ୍ତା ଲୋକଙ୍କୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବଲାଙ୍ଗିର ବ୍ଲକ ଓ ଦେଓଗାଁ ବ୍ଲକ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯ କୁ ତୁରନ୍ତ ତ୍ବରାନ୍ବିତ କରି କାର୍ଯ୍ଯ ଶେଷ କରିବାକୁ ତାଗିତ କରିଥିଲେ ମାନ୍ୟବର ବଲାଙ୍ଗିର ବିଧାୟକ। ବଲାଙ୍ଗିର ଜନସ୍ବାସ୍ଥ୍ଯ ବିଭାଗ ର ବିଭିନ୍ନ ସ୍ଥାନରେ ହେଉଥିବା ଅସୁବିଧାକୁ ତୁରନ୍ତ ସମାଧାନ କରି ସହରର ବିଭିନ୍ନ ଅଞ୍ଚଳ ରେ ବୋରୱେଲ ରେ ଫ୍ଲୋରାଇଡ ଯୁକ୍ତ ପାଣି ପିଇ ଅନେକ ବ୍ଯକ୍ତିବିଶେଷ କିଡିନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କୁ ପୌରସଂସ୍ଥା ଜନସ୍ବାସ୍ଥ୍ଯ ବିଭାଗ ଓ ସ୍ବାସ୍ଥ୍ଯବିଭାଗ ର ମିଳିତ ଉଦ୍ୟମ ରେ ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ବୈଠକରେ ମାନ୍ୟବର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ , ପ୍ରକଳ୍ପ ନିର୍ଦ୍ଦେଶକ , ବଲାଙ୍ଗିର ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ , ଦେଓଗାଁ ବ୍ଲକ ର ଅଧ୍ୟକ୍ଷ ଦୟାନୀଧି ଖମାରୀ ଙ୍କ ସମେତ ବିଭିନ୍ନ ସମସ୍ତ ବିଭାଗ ର ଅଧିକାରୀଗଣ ଉପସ୍ଥିତ ଥିଲେ ଶେଷରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ