ବଲାଙ୍ଗୀର, ୧୨ ସେପ୍ଟେମ୍ବର(ହି.ସ.) – ବଙ୍ଗୋମୁଣ୍ଡା ବ୍ଲକ ଛକ ରାସ୍ତାରେ ପାଇଥିବା ୨ ଲକ୍ଷ ଟଙ୍କାର ଚେକ ଫେରାଇ ମହାନତା ଦେଖାଇଲେ ଅଂଚଳର ଯୁବ ୨ ଗଣମାଧ୍ୟମ ପ୍ରତିନିଧି। ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଗଁରେଇ ପଂଚାୟତର ସରପଂଚଙ୍କ ପ୍ରତିନିଧି ଡୋଲାମଣି ଛୁରା ଅସାବଧାନତା ବଶତଃ ୨ଲକ୍ଷ ଟଙ୍କାର ଚେକ ଖସେଇ ଦେଇଥିଲେ, ଯାହା ଦୀର୍ଘ ସମୟ ଧରି ରାସ୍ତାରେ ପଡି ଯାଇଥିଲା। ଏତିକି ସମୟରେ ସେହି ଅଂଚଳକୁ ଖବର ସଂଗ୍ରହ କରିବା ପାଇଁ କଂଟାବାଞ୍ଜି ଅଂଚଳର ୨ ଯୁବ ସାମ୍ବାଦିକ ଅଶୋକ ନାରାୟଣ ଭୋଇ ଓ ହୁଲେଶ୍ୱର ହଂସ ଯାଉଥିବାବେଳେ ଚେକଟି ତଳେ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଚେକ୍କୁ ଆଣି ଡୋଲାମଣି ଛୁରାଙ୍କୁ ଫେରାଇଥିଲେ। ଚେକ ପାଇବା ପରେ ଡୋଲାମଣି ଖୁସିବ୍ୟକ୍ତ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ