ପାଟଣାଗଡ଼ ଏନଏସିକୁ ମ୍ୟୁନିସିପାଲଟି ଓ ୟୁରିଆ ଉଚିତ ମୂଲ୍ୟରେ ମିଳିବା ଦାବି ନେଇ ବିଜେଡି ପକ୍ଷରୁ ଉପଜିଲ୍ଲାପାଳ ଅଫିସ ଘେରାଉ।
ବଲାଙ୍ଗିର, 12 ସେପ୍ଟେମ୍ବର (ହି.ସ.) ପାଟଣାଗଡ଼ ଏନଏସି କୁ ମ୍ୟୁନିସିପାଲଟି କରାଯାଉ ଓ ଚାଷୀଙ୍କୁ ଯଥେଷ୍ଟ ପରିମାଣରେ ଓ ଉଚିତ ମୂଲ୍ୟରେ ୟୁରିଆ ସାର ବଣ୍ଟନ କରାଯିବା ଦାବି ନେଇ ଶୁକ୍ରବାର ପାଟଣାଗଡ଼ ବିଜେଡି ପକ୍ଷରୁ ଉପଜିଲ୍ଲାପାଳ ପାଟଣାଗଡ଼ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସ୍ଥାନୀୟ ବ୍ରହ୍ମପୁ୍ର
ପାଟଣାଗଡ଼ ଏନଏସିକୁ ମ୍ୟୁନିସିପାଲଟି ଓ ୟୁରିଆ ଉଚିତ ମୂଲ୍ୟରେ ମିଳିବା ଦାବି ନେଇ ବିଜେଡି ପକ୍ଷରୁ ଉପଜିଲ୍ଲାପାଳ ଅଫିସ ଘେରାଉ।


ବଲାଙ୍ଗିର, 12 ସେପ୍ଟେମ୍ବର (ହି.ସ.)

ପାଟଣାଗଡ଼ ଏନଏସି କୁ ମ୍ୟୁନିସିପାଲଟି କରାଯାଉ ଓ ଚାଷୀଙ୍କୁ ଯଥେଷ୍ଟ ପରିମାଣରେ ଓ ଉଚିତ ମୂଲ୍ୟରେ ୟୁରିଆ ସାର ବଣ୍ଟନ କରାଯିବା ଦାବି ନେଇ ଶୁକ୍ରବାର ପାଟଣାଗଡ଼ ବିଜେଡି ପକ୍ଷରୁ ଉପଜିଲ୍ଲାପାଳ ପାଟଣାଗଡ଼ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସ୍ଥାନୀୟ ବ୍ରହ୍ମପୁ୍ରା ଠାରେ ଅଞ୍ଚଳର ବିଜେଡି କର୍ମୀ ଓ ଚାଷୀମାନେ ଏକତ୍ରିତ ହୋଇ ପୂର୍ବତନ ବିଧାୟକ ସରୋଜ ମେହେର ଙ୍କ ନେତୃତ୍ୱରେ ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପରିକ୍ରମା ସମୟରେ ସରକାର ବିରୋଧୀ ବିଭିନ୍ନ ନାରା ଡବଲ ଇଞ୍ଜିନ ସରକାର ହାଏ ହାଏ,କଳାବଜାରୀ ବନ୍ଦ, ପିସି ନେବା ବନ୍ଦ ହେଉ ଆଦି ନାରା ଦେଇ ଉପଜିଲ୍ଲାପାଳ ଅଫିସ ସମ୍ମୁଖକୁ ପହଂଚିଥିଲେ। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ପାଟଣାଗଡ଼ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ସରୋଜ ମେହେର ରାଜ୍ୟ ସରକାର ଓ କୃଷି ମନ୍ତ୍ରୀ ଙ୍କ ଉପରେ ବର୍ଷିଥିଲେ।କହିଥିଲେ ଯେ ପାଟଣାଗଡ଼ ଏନଏସି ବହୁତ ପୁରାତନ ହୋଇଥିଲେ ମଧ୍ୟ ମ୍ୟୁନିସିପାଲଟି ଘୋଷଣା କରାଯାଇନାହିଁ।ପୂର୍ବରୁ ବିଜେଡି ସରକାର ସମୟରେ ଦିଆଯାଇଥିବା ପ୍ରସ୍ତାବ ଗୁଡିକୁ ବିଜେପି ସରକାର ଏନଏସି ଘୋଷଣା କରିନାହିଁ। ପାଟଣାଗଡ଼ ଉପଖଣ୍ଡର ବେଲପଡା ଓ ଲାଠୋର କୁ ଏନଏସି ପାଇଁ ବିଜେଡି ସରକାର ପ୍ରକ୍ରିୟା ଆରମ୍ଭ କରିଥିଲା କିନ୍ତୁ ତାହା ଘୋଷଣା କରାଗଲା ନାହିଁ। ଦୁଃଖର କଥା ବିଜେଡି ସରକାର ସମୟରେ ଯାହା ଘୋଷଣା କରାଯାଇଥିଲା ତାହା ହୋଇପାରିଲାନାହିଁ।ଅନ୍ୟପଟେ ଚାଷୀ ୟୁରିଆ ସାର ପାଇଁ ଦହଗଞ୍ଜ ହେଉଛନ୍ତି।ୟୁରିଆ ସାରର ସରକାରୀ ମୂଲ୍ୟ ୨୬୬ ଟଙ୍କା ରହିଥିଲେ ହେଁ ଆଠ ସହ ରୁ ବାରଶହ ଟଙ୍କାରେ କଳାବଜାରୀ ହେଉଛି।ବିଭିନ୍ନ ପେକ୍ସ ଗୁଡିକରେ ହଜାର ହଜାର ଚାଷୀ ୟୁରିଆ ସାର ପାଇଁ ଲମ୍ବା ଲାଇନ ଲଗାଉଛନ୍ତି ତଥାପି ତାଙ୍କୁ ସାର ମିଳୁନାହିଁ। ବିଜେପି ସରକାର ବିଭିନ୍ନ ରାଇସମିଲ, ଛତୁଆ, ପେଟ୍ରୋଲପମ୍ପ, ଠିକକାମ ଭଳି ବିଭିନ୍ନ ସ୍ଥାନରୁ ପିସି କାରବାର କରୁଛନ୍ତି କିନ୍ତୁ ଚାଷୀଙ୍କୁ ଠିକ ସମୟରେ ଉପଯୁକ୍ତ ସାର ଯୋଗାଇ ପାରୁନାହାନ୍ତି। ସ୍ଥାନୀୟ ବିଧାୟକ କୃଷି ମନ୍ତ୍ରୀ ହୋଇଥିଲେ ସୁଦ୍ଧା ଆମ ଅଂଚଳର ଚାଷୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏଥିସହ କୃଷି ମନ୍ତ୍ରୀ ନୁହେଁ ପିସି ମନ୍ତ୍ରୀ ବୋଲି କଟାକ୍ଷ ମଧ୍ୟ କରିଥିଲେ ଶ୍ରୀ ମେହେର।ଉପସ୍ଥିତ ବିଜେଡି କର୍ମୀ ମାନେ ନିଜ ନିଜ ଅଭିଭାଷଣ ରଖିଥିଲେ।ପରେ ଦୁଇ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମେନଫିଲ କେରକେଟାଙ୍କୁ ପ୍ରଦାନ କରାଯାଇଥିଲା।ଶ୍ରୀ କେରକେଟା ଉକ୍ତ ଦାବିପତ୍ର କୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଦିଆଯିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଥିଲେ।ଏହି ଘେରାଓ ରେ ଏନଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ,ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ,ପ୍ରଦୀପ ମେହେର,ସମିତି ସଭ୍ୟ ସଙ୍ଘ ସଭାପତି ଗୋବିନ୍ଦ ମେହେର, ହିମାଞ୍ଚଳ ପଧାନ, ସୁକୁମାର ବାରିକ, ସୁଜିତ ମେହେର, ଜୟନ୍ତ କୁମ୍ଭାର ଙ୍କ ସହ ପାଞ୍ଚ ସହରୁ ଉର୍ଧ୍ଵ ବିଜେଡି କର୍ମୀ ଉପସ୍ଥିତ ଥିଲେ।

-

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande