ପରୀକ୍ଷାଫଳ ସମସ୍ୟା ନେଇ କୁଳପତିଙ୍କୁ ଛାତ୍ରଛାତ୍ରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ
,ଜୟପୁର 12 ସେପ୍ଟେମ୍ବର (ହି.ସ.) ବିକ୍ରମଦେବ ବିଶ୍ବବିଦ୍ୟାଳୟର ସ୍ନାତକ ତୃତୀୟ ବର୍ଷର ଶିକ୍ଷାର୍ଥୀଙ୍କ ପରୀକ୍ଷାଫଳ ସମସ୍ୟା ନେଇ କୁଳପତିଙ୍କୁ ଛାତ୍ରଛାତ୍ରୀମାନେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ପ୍ରଥମ ସେମିଷ୍ଟାର ପରୀକ୍ଷା ପ୍ରକାଶ ପାଇବା ପରେ ସମ୍ପୂର୍ଣ୍ଣ ପରୀକ୍ଷାଫଳ ଅର୍ଥାତ ଇଲେକ୍ଟିଭ ଅର୍ଥନୀ
ପରୀକ୍ଷାଫଳ ସମସ୍ୟା ନେଇ କୁଳପତିଙ୍କୁ ଛାତ୍ରଛାତ୍ରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ


,ଜୟପୁର 12 ସେପ୍ଟେମ୍ବର (ହି.ସ.)

ବିକ୍ରମଦେବ ବିଶ୍ବବିଦ୍ୟାଳୟର ସ୍ନାତକ ତୃତୀୟ ବର୍ଷର ଶିକ୍ଷାର୍ଥୀଙ୍କ ପରୀକ୍ଷାଫଳ ସମସ୍ୟା ନେଇ କୁଳପତିଙ୍କୁ ଛାତ୍ରଛାତ୍ରୀମାନେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ପ୍ରଥମ ସେମିଷ୍ଟାର ପରୀକ୍ଷା ପ୍ରକାଶ ପାଇବା ପରେ ସମ୍ପୂର୍ଣ୍ଣ ପରୀକ୍ଷାଫଳ ଅର୍ଥାତ ଇଲେକ୍ଟିଭ ଅର୍ଥନୀତି ଓ ଅନ୍ୟାନ୍ୟ ବିଷୟରେ ପରୀକ୍ଷାଫଳ ପ୍ରକାଶ ପାଇନାହିଁ। ଏଥିପାଇଁ ସମସ୍ତ ପରୀକ୍ଷାର୍ଥୀ ଦ୍ବନ୍ଦରେ ରହିଛନ୍ତି। ଏହାର ସଠିକ ବିଚାର କରି ଯଥାଶିଘ୍ର ସମ୍ପୂର୍ଣ୍ଣ ପରୀକ୍ଷାଫଳ ନିଭୁଲ ଓ ସଠିକ ଭାବେ ପ୍ରକାଶ କରିବାକୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ଅଭିଯୋଗ ପତ୍ର ପ୍ରଦାନ ସମୟରେ ଜୟଶ୍ରୀ ବେହେରା, ଅରୁଣ ପାହାରିଆ, ରାଜା ପଣ୍ତା, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande