ସମ୍ବଲପୁର, ୧୨ ସେପ୍ଟେମ୍ବର (ହି.ସ.)ବୀର ସୁରେନ୍ଦ୍ର ସାଏ ଯୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (VSSUT) ର 16 ତମ ସମାବର୍ତ୍ତନ ଉତ୍ସବ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି l ପ୍ରମୁଖ ଟେକ୍ନିକାଲ୍ ଇନଷ୍ଟିଟ୍ୟୁଟ ଦେଶର ପ୍ରାଚୀନତମ ଇଞ୍ଜିନିୟରିଂ ମହାବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ l ଏହି ଉତ୍ସବରେ ଇଞ୍ଜିନିୟରିଂ, ସାଇନ୍ସ, ଆର୍କିଟେକ୍ଚର୍, କମ୍ପୁଟର୍ ଆପଲିକେସନ୍ସ ଏବଂ ହ୍ଯୁମାନିଟିସ୍ ଇତ୍ୟାଦି ବିଭିନ୍ନ ଶାଖାରେ ଅଣ୍ଡର୍ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍ ଏବଂ ଡକ୍ଟରେଟ ଡିଗ୍ରୀ ଦିଆଯିବ। ଏହାସହିତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପଦକ ଏବଂ ସମ୍ମାନ ପ୍ରଦାନ କରାଯିବ। ଏହି ଉତ୍ସବରେ ଓଡ଼ିଶା ରାଜ୍ୟପାଳ ଏବଂ VSSUT ର ଚାନ୍ସେଲର୍ ଡ଼ା. ହରି ବାବୁ କମ୍ଭମ୍ପପତି ସମବର୍ତନ ଉତ୍ସବରେ ଅଧ୍ୟକ୍ଷତା କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ l ଏହାସହ ମନ୍ତ୍ରୀ ରବି ନାଏକ, ମନ୍ତ୍ରୀ ସୂର୍ଯ୍ୟଵାଂଶୀ ସୁରଜ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ l ଚଳିତ ବର୍ଷ, ମୋଟ 1,220 ଛାତ୍ରଛାତ୍ରୀ VSSUT ର ବିଭିନ୍ନ ଏକାଡେମିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛନ୍ତି।
ପିଏଚଡି: 74,ଏମ୍ଟେକ୍: 104
MCA: 39, MSc: 59
ଇଣ୍ଟେଗ୍ରାଟେଡ୍ MSc: 47
ବି.ଟେକ୍ - ଏମ୍. ଟେକ୍ - ଡୁଆଲ୍ ଡିଗ୍ରି 4 ଜଣ, B.Tech: 876 ଜଣ, B.Arch: 17 ଜଣଙ୍କୁ ମିଳିବ ଏହି ପଦକ l ମୋଟ 27 ଜଣ ଛାତ୍ରଛାତ୍ରୀକୁ ୟୁନିଭର୍ସିଟି ପକ୍ଷରୁ ଗୋଲ୍ଡ ମେଡାଲ୍ ଦିଆଯିବ। 8 ଜଣ ଡୋନର୍ ଗୋଲ୍ଡ ମେଡାଲ୍, 30 ଜଣଙ୍କୁ ସର୍ଟିଫିକେଟ୍ ଅଫ୍ ମେରିଟ୍
4 ଜଣ ବେଶ୍ଟ ଆଲୁମନିଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ