ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତବାର୍ଷିକୀ ଉତ୍ସବ ପାଳିତ
କୋରେଇ, ୨୮ ସେପ୍ଟେମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତବାର୍ଷିକୀ ପୂର୍ତୀ ଅବସରରେ ପାଣିକୋଇଲି ମଣ୍ଡଳ ତରଫରୁ ଉକ୍ତ ଉତ୍ସବକୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୂଳାପାଳ, କରଦା, ପଥରପଦା, ପାଣିକୋଇଲି ଓ ଗୋଳେଇପୁର ପଂଚାୟତର ସମସ
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତବାର୍ଷିକୀ ଉତ୍ସବ ପାଳିତ


କୋରେଇ, ୨୮ ସେପ୍ଟେମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତବାର୍ଷିକୀ ପୂର୍ତୀ ଅବସରରେ ପାଣିକୋଇଲି ମଣ୍ଡଳ ତରଫରୁ ଉକ୍ତ ଉତ୍ସବକୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୂଳାପାଳ, କରଦା, ପଥରପଦା, ପାଣିକୋଇଲି ଓ ଗୋଳେଇପୁର ପଂଚାୟତର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ପ୍ରାରମ୍ଭରେ ସମ୍ପଦ, ସାମୁହିକ ସଙ୍ଗୀତ ଓ ଧ୍ୱଜାରୋହଣ ସହିତ ମାତୃ ପୁଜନ କରାଯାଇଥିଲା । ଜିଲ୍ଲା ପ୍ରଚାର ପ୍ରମୂଖ ସନ୍ଦୀପ କୁମାର ନାୟକଙ୍କ ସଂଯୋଜନାରେ ତଥା ମଣ୍ଡଳ ପ୍ରମୁଖ ପଦ୍ମଲୋଚନ ମଲ୍ଲିକଙ୍କ ସଂଚାଳନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳର ଅଧ୍ୟକ୍ଷ ସୁଧିରଂଜନ ସାହୁ , ମୁଖ୍ୟ ବକ୍ତା ଭାବେ ବିଭାଗ ସେବା ପ୍ରମୁଖ ଇନ୍ଦ୍ରମଣୀ ବେହେରା, ଅତିଥି ଭାବେ ଖଣ୍ଡ କାର୍ଯ୍ୟ ନିର୍ବାହ (କୋରାଇ) ସନ୍ତୋଷ କୁମାର ଜେନା ଓ ବିଶ୍ୱ ହିନ୍ଦୁ ପରିଷଦର ଯାଜପୁର ଜିଲ୍ଲା ସମ୍ପାଦକ ରାଜ କିଶୋର ମଲିକ, ପାଣିକୋଇଲି ମଣ୍ଡଳ କାର୍ଯ୍ୟବାହ ସତ୍ୟଜିତ ସାହୁ, ପାଣିକୋଇଲି ବରିଷ୍ଠ ନାଗରିକ ମଂଚର ସଭାପତି ନୃସିଂହ ଚରଣ ଦଳାଇ, ଭରତ ଚନ୍ଦ୍ର ବାରିକ, ରଂଜନ କୁମାର ସାହୁ, ସୁରେନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ସଂଘର ରାଷ୍ଟ୍ର ଉଦ୍ଦେଶ୍ୟରେ ଦାୟିତ୍ୱ ସହିତ ଏକତା ଓ ଭାରତ ମାତାର ସୁରକ୍ଷା ନିମନ୍ତେ ଏକ ମନ ପ୍ରାଣ ହୋଇ କାର୍ଯ୍ୟ କରିବାକୁ ନିଜ ନିଜର ବକ୍ତବ୍ୟରେ କହିଥିଲେ । ଶେଷରେ ସଂଘର ସଦସ୍ୟ ଉମେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande