ଦେଶୀ ମଦ ଜବତ, ବେପାରି ଗିରଫ
କୋରେଇ, ୨୮ ସେପ୍ଟେମ୍ବର (ହି.ସ.)- ପାଣିକୋଇଲି ପୁଲିସ ଦେଶୀ ମଦ ଜବତ କରିବା ସହ ବେପାରିକୁ ଗିରଫ କରିବାରେ ସକ୍ଷମ ହୋଇଛି । ସନ୍ଧ୍ୟା ପେଟ୍ରୋଲିଂଗ ସମୟରେ ପାଣିକୋଇଲି ଥାନା ଅନ୍ତର୍ଗତ ନୂଆପଦା ଛକ ତଥା ୨୦ ନମ୍ବର ଜାତୀୟ ରାଜପଥ ପଶ୍ୱର୍ରେ ଦେଶୀ ମଦର ଚୋରା କାରବାର ଖବର ପାଇ ପୁଲିସ ସଦଳବଳେ ଚଢ଼ଉ କରିଥିଲା
ଦେଶୀ ମଦ ଜବତ, ବେପାରି ଗିରଫ


କୋରେଇ, ୨୮ ସେପ୍ଟେମ୍ବର (ହି.ସ.)- ପାଣିକୋଇଲି ପୁଲିସ ଦେଶୀ ମଦ ଜବତ କରିବା ସହ ବେପାରିକୁ ଗିରଫ କରିବାରେ ସକ୍ଷମ ହୋଇଛି । ସନ୍ଧ୍ୟା ପେଟ୍ରୋଲିଂଗ ସମୟରେ ପାଣିକୋଇଲି ଥାନା ଅନ୍ତର୍ଗତ ନୂଆପଦା ଛକ ତଥା ୨୦ ନମ୍ବର ଜାତୀୟ ରାଜପଥ ପଶ୍ୱର୍ରେ ଦେଶୀ ମଦର ଚୋରା କାରବାର ଖବର ପାଇ ପୁଲିସ ସଦଳବଳେ ଚଢ଼ଉ କରିଥିଲା । ସେଠାରେ ସନ୍ଦେହଜନକ ଭାବେ ଜଣଙ୍କୁ ଧରିବା ପରେ ତା’ ନିକଟରୁ ୧୦.୬୨୦ ଲିଟର ମଦ ଜବତ କରି ତାକୁ ଥାନାକୁ ଆଣିଥିଲେ । ଏନେଇ ଓଡିଶା ଅବକାରୀ ନିୟମ ୫୨(୨) ରେ ଏକ ମାମଲା ୩୧୩/୨୫ ରୁଜ୍ଜୁ କରାଯାଇ ମଦ ବେପାରିକୁ ଗିରଫ କରାଯାଇଥିଲା । ଉତରପ୍ରଦେଶ ରାଜ୍ୟ ଚାନ୍ଦୁଆଳି ଜିଲ୍ଲା ସାହେବଗଂଜ ଥାନା କିରାଇଗାଁର ଛବିନାଥ ଯାଦବଙ୍କ ପୁଅ ରାମ ନିବାସ ଯାଦବ (୪୦)କୁ ଗିରଫ କରାଯାଇଥିଲା । ରାମ ନିବାସ ଦୀର୍ଘ ବର୍ଷ ହେବ ପାଣିକୋଇଳି ଅଂଚଳରେ ରହି ଦେଶୀ ମଦର ଚୋରା କାରାବାର ଚଳାଇ ଆସିଛି । ଏବେ ତା’ର ନୂଆ ଠିକାଣା ନୂଆପଦା ଛକ ପାଲଟିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande