କୋରେଇ, ୨୮ ସେପ୍ଟେମ୍ବର (ହି.ସ.)- ଭାରତର ଯଶସ୍ୱୀ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୂଖି କାର୍ଯ୍ୟକ୍ରମକୁ ନେଇ ଆଜି “ମନ କି ବାତ” କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଟେଲିଭିଜନ ପରଦାରେ ଦେଖିବା ଲାଗି କୋରାଇ ବ୍ଲକ ଗୋଳେଇପୁର ପଂଚାୟତର ସୋତି ଗ୍ରାମର ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଥିଲା । ପଂଚାୟତର ଯୁବ ଭାଜପା ନେତା ହରେକୃଷ୍ଣ ସାହୁଙ୍କ ସମେତ ଅନାମ ଚରଣ ମହାପାତ୍ର, ସ୍ଥାନୀୟ ସରପଂଚ ସସ୍ମିତା ମାଝୀ, ଲକ୍ଷ୍ମୀଧର କରଣ, ପ୍ରଫୁଲ୍ଲ ମାଝୀ, ଭାନୁପ୍ରଭା କରଣ, ଶୁଭସ୍ମିତା ସାହୁଙ୍କ ସମେତ ବହୁ ଭାଜପା କର୍ମୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଟିଭି ପରଦାରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଦେଖିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ