
ବଲାଙ୍ଗିର, ୧୬ ଜାନୁଆରି ( ହି.ସ.)- ବଲାଙ୍ଗିର ଟାଉନ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୯ ତାରିଖ ଦିନ ବଲାଙ୍ଗିର ଲୋକ ଉତ୍ସବ ସଂପାନ ସମିତି ଦ୍ୱାରା ଆଲୋଚନା ଚକ୍ର ରେ ଆଲୋଚ୍ୟ ବିଷୟ ବଲାଙ୍ଗିର ସାଂସ୍କୃତିକ ବିଭବ ନଚନିଆ ନୃତ୍ୟ ଉପରେ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବେ ଯୋଗ ଦେବେ ରାଜିବ ସଗରିଆ, ପ୍ରଦୀପ କୁମାର ପଣ୍ଡା, ଗଦାଧର ବାରିକ, ମୋହିତ ସ୍ୱାଇଁ, ପଦ୍ମିନୀ ଦୋରା ପ୍ରମୁଖ ଯୋଗ ଦେବେ । ୨୦ ତାରିଖ ଦିନ ବହୁଭାଷୀ କବିତା ଆସର ହେବ । ଲୋକକଳା ଗବେଷକ ଗୁରୁଶ୍ରୀ ଘାସିରାମ ମିଶ୍ର, ଭାଗିରଥି ମିଶ୍ର ପ୍ରମୁଖ ସମ୍ବର୍ଦ୍ଧିତ ହେବେ । ଆଜିର ବୈଠକରେ ସଂପାନ କମିଟି ଅଧ୍ୟକ୍ଷ ପରାସର ବାଗ ଙ୍କ ଅଧ୍ୟକ୍ଷତାରେ ସହ-ଅଧ୍ୟକ୍ଷ ସନାତନ ଠାକୁର, ସହ-ଅଧ୍ୟକ୍ଷ ଅଚ୍ୟୁତ ପୁରୋହିତ ଓ ସଦସ୍ୟ ନରେନ୍ଦ୍ର ମିଶ୍ର, ଜୟ କୁମାର ଆଚାର୍ଯ୍ୟ, ଗୋଲାପ ବାଗ, ଜୟକୃଷ୍ଣ ମିଶ୍ର, କବିରାଜ ଭୋଇ, ଲଳିତ ସାହୁ ପ୍ରମୁଖ ଯୋଗ ଦେଇ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ଏବଂ ସମସ୍ତ ସ୍କୁଲ କଲେଜ ତଥା ସାରସ୍ୱତ ସାଧକଙ୍କୁ ସାମିଲ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିବା ନିମନ୍ତେ ମତ ପ୍ରକାଶ ପାଇଥିଲା ।
------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ