ମାହେଶ୍ୱରୀ ସଂଗଠନ ମାଧିଆପାଲି ପଂଚାୟତରେ ପଂଚାୟତ ଶାଖା ଶୁଭାରମ୍ଭ
ବଲାଙ୍ଗୀର, ୧୬ ଜାନୁଆରୀ(ହି.ସ.) – ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମାଧିଆପାଲି ପଂଚାୟତ ରେ ମାହେଶ୍ୱରୀ ସଂଗଠନ, ବଲାଙ୍ଗୀର ପକ୍ଷରୁ ଏକ ନୂତନ ପଂଚାୟତ ଶାଖା ଆଜି ଶୁଭାରମ୍ଭ ହୋଇଛି। ଏହି ଅବସରରେ ସଂଗଠନର ପଂଚାୟତ ସ୍ତରୀୟ ଗଠନକୁ ଆହୁରି ସକ୍ରିୟ କରିବା ସହ ସାମାଜିକ ସେବା କାର୍ଯ୍ୟକୁ ଗାଁ ଗାଁ ଯାଏ ପହଂଚା
ମାହେଶ୍ୱରୀ ସଂଗଠନ ମାଧିଆପାଲି ପଂଚାୟତରେ ପଞ୍ଚାୟତ ଶାଖା ଶୁଭାରମ୍ଭ


ମାହେଶ୍ୱରୀ ସଂଗଠନ ମାଧିଆପାଲି ପଂଚାୟତରେ ପଞ୍ଚାୟତ ଶାଖା ଶୁଭାରମ୍ଭ


ବଲାଙ୍ଗୀର, ୧୬ ଜାନୁଆରୀ(ହି.ସ.) – ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମାଧିଆପାଲି ପଂଚାୟତ ରେ ମାହେଶ୍ୱରୀ ସଂଗଠନ, ବଲାଙ୍ଗୀର ପକ୍ଷରୁ ଏକ ନୂତନ ପଂଚାୟତ ଶାଖା ଆଜି ଶୁଭାରମ୍ଭ ହୋଇଛି। ଏହି ଅବସରରେ ସଂଗଠନର ପଂଚାୟତ ସ୍ତରୀୟ ଗଠନକୁ ଆହୁରି ସକ୍ରିୟ କରିବା ସହ ସାମାଜିକ ସେବା କାର୍ଯ୍ୟକୁ ଗାଁ ଗାଁ ଯାଏ ପହଂଚାଇବା ପାଇଁ ଏହି ଶାଖା ଗଠନ କରାଯାଇଛି। ଶାଖା ଶୁଭାରମ୍ଭ ସମୟରେ ମାଧିଆପାଲି ପଂଚାୟତ ସଯୋଜକ ଭାବେ ସୂର୍ଯ୍ୟକାନ୍ତ ନାଏକ ଏବଂ ସହ-ସଂଯୋଜକ ଭାବେ ସମୀର କୁମାର ପଟେଲଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମାହେଶ୍ୱରୀ ମାଧିଆପାଲି ପଂଚାୟତ ଉପଦେଷ୍ଟା ସୁରଜ କୁମାର ପଟେଲ ଏବଂ ଉପସ୍ଥିତ ସଦସ୍ୟ ଓ କାର୍ଯ୍ୟକର୍ତାମାନେ ଏହି ଶାଖାକୁ ସଫଳ କରିବା ପାଇଁ ସମ୍ପୁର୍ଣ୍ଣ ସହଯୋଗ କରିବାକୁ ଆଶ୍ୱାସନା ଦେଇଥିଲେ। ଶାଖା ଗଠନ ସହିତ ପଂଚାୟତ ରେ ଆଗାମୀ ଦିନରେ ରକ୍ତଦାନ ସଚେତନତା, ଜନ ସେବା କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଶିବିର, ସଫେଇ ଅଭିଯାନ, ବୃକ୍ଷରୋପଣ ଏବଂ ଯୁବ ସଶକ୍ତିକରଣ ଭଳି କାର୍ଯ୍ୟକୁ ନିୟମିତ ଭାବେ କରାଯିବ ବୋଲି ସଂକଳ୍ପ ଗ୍ରହଣ କରାଯାଇଥିଲା। ସଭାର ସେଷରେ ସଦସ୍ୟ ଏକତା ଓ ଶୃଙ୍ଖଳାର ସହିତ କାମ କରିବା ସହ ସେବା ପରମୋଧର୍ମ ବାକ୍ୟକୁ ଆଧାର କରି ମାଧିଆପାଲି ପଂଚାୟତରେ ମାହେଶ୍ୱରୀ ସଂଗଠନର ଶାଖାକୁ ଦୃଢ ଭାବେ ଆଗକୁ ନେବା ପାଇଁ ମାହେଶ୍ୱରୀ ସଂଗଠନ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ପ୍ରତିଶୃତି ଦେଇଥିଲେ। ଏହି ସଭାରେ ମାହେଶ୍ୱରୀର ସଭାପତି ଶୋଭନ କୁମାର ଅଗ୍ରୱାଲ, ସୋମେଶ ମିଶର, କରନ୍ ବେହେରା ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande