ଖୁବଶୀଘ୍ର ରତ୍ନଭଣ୍ଡାର ଗଣତିମଣତି, ପରିଚାଳନା କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ
ପୁରୀ, ୧୭ ଜାନୁଆରୀ (ହି.ସ.)- ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଶନିବାର ପୂର୍ବାହ୍ନରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ସ୍ଥାୟୀ ସଭାପତି ଗଜପତି ଦିବ୍ଯସିଂହ ଦେବ ମହାରାଜା ଅଧ୍ୟକ୍ଷତା କରିଥିଲେ । ବୈଠକ ସମ୍ପର୍କରେ ଶ୍ରୀମନ୍
ଖୁବଶୀଘ୍ର ରତ୍ନଭଣ୍ଡାର ଗଣତିମଣତି ପରିଚାଳନା କମିଟିର ଗୁରୁତ୍ବପୂର୍ଣ ବୈଠକ


ପୁରୀ, ୧୭ ଜାନୁଆରୀ (ହି.ସ.)- ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଶନିବାର ପୂର୍ବାହ୍ନରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ସ୍ଥାୟୀ ସଭାପତି ଗଜପତି ଦିବ୍ଯସିଂହ ଦେବ ମହାରାଜା ଅଧ୍ୟକ୍ଷତା କରିଥିଲେ । ବୈଠକ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଖୁବଶୀଘ୍ର ରତ୍ନଭଣ୍ଡାର ଅଳଙ୍କାର ଗୁଡିକ ଗଣତିମଣତି ଓ ଡିଜିଟାଲାଇଜେସନ ରେକର୍ଡ ରଖାଯିବ । ଏ ସମ୍ପର୍କରେ ୧୧ ପୃଷ୍ଠାର ମାର୍ଗଦର୍ଶିକା ଆଲୋଚନା କରାଯାଇଛି । ଏହାକୁ ରାଜ୍ଯ ସରକାରଙ୍କ ନିକଟକୁ ପଠାଯିବ । ରାଜ୍ଯ ସରକାରଙ୍କ ନିଷ୍ପତ୍ତି ପରେ ଗଣତିମଣତି ତାରିଖ ସମୟ ନିର୍ଘଣ୍ଟ କରାଯିବ । ପ୍ରତିଦିନ ଠାକୁରଙ୍କ ନିତିକାନ୍ତି ସମୟକୁ ଦେଖି ଗଣତିର ସମୟ ସାରଣୀ ପ୍ରସ୍ତୁତ ହେବ । ସୁରକ୍ଷା ବ୍ଯବସ୍ଥାକୁ ବଢାଯିବ । ଆଦର୍ଶ ଗୁରୁକୁଳ ସୋସାଇଟି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ସେବାୟତ କୂଳର ପିଲାମାନଙ୍କ ପାଇଁ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା । ବିର୍ଲା କମ୍ପାନୀ ସହ ହୋଇଥିବା ଏମଓୟୁ ବାତିଲ କରାଯାଇ ନୂଆ ସଂସ୍ଥାକୁ ଦିଆଯିବା ପାଇଁ ଆଲୋଚନା ହୋଇଥିଲା । ଗୁରୁକୁଳ ପାଇଁ ଯାଗା ଠିକ ହୋଇଥିବା ବେଳେ ଓବିସିସି ଅବଢା ଯୋଜନାରେ ଏହାକୁ ନିର୍ମାଣ କରିବ । ଶ୍ରୀଜୀଉଙ୍କ ନୂତନ ରତ୍ନ ପଲଙ୍କ ନିର୍ମାଣ କରାଯାଇ ରଖାଯାଇଛି । ଶୁଭ ବେଳା ଧାର୍ଯ୍ଯ କରାଯାଇ ଏହା ମହାପ୍ରଭୁଙ୍କ ଲାଗି ପାଇଁ ବ୍ଯବହାର କରାଯିବ । ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଲାମ ଦିଆଯିବ ନାହିଁ । ପ୍ରଶାସନ ଏହି କାର୍ଯ୍ୟ ବୁଝିବ । ଭକ୍ତଙ୍କ ପ୍ରବେଶ ଶୁକ୍ଳ ୧୦ ଟଙ୍କା ରଖାଯିବ । ଯୋତା, ଛତା ମୋବାଇଲ ପ୍ରଶାସନର ଷ୍ଟାଣ୍ଡରେ ଭକ୍ତ ରଖିପାରିବେ । ୮୦ ବର୍ଷରୁ ଊର୍ଦ୍ଧ୍ବ ଭକ୍ତ, ଦିବ୍ଯାଙ୍ଗ ଓ ଶିଶୁ ମାନଙ୍କୁ ପ୍ରବେଶ ଶୁକ୍ଳ ଛାଡ କରାଯିବ । ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲ ଜଗନ୍ନାଥଙ୍କ ଜମିରେ ନିର୍ମାଣ ହୋଇଥିବାରୁ ଏହି ବାବଦ ୩୭ କୋଟି ଟଙ୍କା କ୍ଷତିପୂରଣ ପାଇବାକୁ ଥିବାବେଳେ ୨ କୋଟି ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ପାଇଅଛି । ବାକି ୩୫ କୋଟି ଟଙ୍କା ପାଇବା ପାଇଁ ଆଲୋଚନା ହୋଇଥିଲା । ଭକ୍ତ ନିବାସରେ କାର ପାର୍କିଙ୍ଗ ଫି' ୫ ଶହ ଟଙ୍କା ଧାର୍ଯ୍ଯ ହୋଇଥିବା ବେଳେ ତାହାକୁ ହ୍ରାସ କରାଯାଇ ୨୪୦ ଟଙ୍କା ଲାଗୁ କରାଯିବ ବୋଲି କମିଟିରେ ଆଲୋଚନା ହୋଇଥିଲା । ୨୦୧୨-୧୩ ମସିହାରେ ସିଂହଦ୍ଵାର ଗୁମୁଟରେ ଦଶାବତାର ମୂର୍ତ୍ତି କରାଯାଇ ସାଧା ପଥର ବସା ଯାଇଥିଲା । ଅବତାରର ନବମ ସ୍ଥାନରେ ଜଗନ୍ନାଥଙ୍କ ମୂର୍ତ୍ତି ରହିଥିଲା । ଏହି ଧାର୍ମିକ ପ୍ରସଙ୍ଗ ଉପରେ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ ବୋଲି ଆଲୋଚନା ହୋଇଥିଲା । ଦିବ୍ଯାଙ୍ଗ ଓ ପ୍ରୋଟୋକଲ ଦର୍ଶନ ପାଇଁ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ଭିତରରେ କେହି ମୋବାଇଲ ଫୋନ ବ୍ୟବହାର କରିପାରିବେନାହିଁ । ଅତି ଜରୁରୀ ପଡିଲେ ସେବାୟତ ଗାରଦକୁ ଯାଇ ଫୋନ କରିପାରିବେ । ଶ୍ରୀମନ୍ଦିର ଭିତରେ ମୋବାଇଲ, ଚଷମା କ୍ଯାମେରା ଓ ଭିଡିଓ ଉଠାଇବାକୁ ବାରଣ କରାଯାଇଛି । ଏ ସମ୍ପର୍କରେ କଡା ଆଇନ ପ୍ରଣୟନ ପାଇଁ ସରକାରଙ୍କୁ ଚିଠି ଲେଖାଯାଇଛି । ସେବାୟତ କଲ୍ଯାଣ, ବାସଗୃହ ନିର୍ମାଣ ଓ ନୀତିକାନ୍ତି ଉପରେ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା, ଏସପି ପ୍ରତୀକ ସିଂ ଓ ପରିଚାଳନା କମିଟିର ସଦସ୍ଯ ମାନେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande