
ଜୟପୁର, ୧୭ ଜାନୁଆରୀ(ହି.ସ.) – ଟି.ପି .ଏସ୍. ଓ. ଡି.ଏଲ୍. ଜୟପୁର ସର୍କଲର ସୁରକ୍ଷା ବିଭାଗ ଓ ସି.ଏସ୍.ଆର୍ ତରଫରୁ ଜାତିୟ ସଡ଼କ ସୁରକ୍ଷା ଉପଲକ୍ଷେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଯାନବାହନ ଚାଳଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି। ଅନେକ ଚାଳକ ଏହି ମାଗଣା ଶିବିରରେ ଚକ୍ଷୁ ପରୀକ୍ଷା କରି ଖୁସୀ ବ୍ୟକ୍ତ ପ୍ରକାଶ କରିଥିଲେ। ଜୟପୁର ସହରର ବୟୋଜେଷ୍ଠ ଚକ୍ଷୁ ଡକ୍ଟର ଶ୍ରୀ ହରେକ୍ରିଷ୍ଣା ଚକ୍ଷୁ ଶିବିରକୁ ପରିଚାଳନା କରିଥିଲେ ଏବଂ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରମୋଦ କୁମାର ବେହେରା ଓ ସି.ଏସ୍.ଆର୍.ର ଅଧିକାରୀ ଶ୍ରୀ ସୋମ ମୋହାପ୍ରସାଦଙ୍କ ତତ୍ୱାବଧାନରେ ଏହି ଶିବିର କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରନ୍ଧିର ସିଂ ଓ ସୌମ୍ୟ ରଞ୍ଜନ ଲେଙ୍କା ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି