ମହାଦେବ ଓ ମହାବୀରଙ୍କ ଆଜ୍ଞାରେ ବାବା ନେତ୍ରାନନ୍ଦଙ୍କ ରୋଗୀ ଚିକିତ୍ସା
ପୁରୀ, ୧୭ ଜାନୁଆରୀ (ହି.ସ.)- ବିଜ୍ଞାନ ଓ ଯାନ୍ତ୍ରିକ ଚିକିତ୍ସାରୁ ବିଶ୍ବାସ ତୁଟିଲେ ରୋଗୀ ନିରୁପାୟ ହୋଇ ପ୍ରଭୁଙ୍କ ଶରଣ ପଶେ । ମହାଦେବ ଓ ମହାବୀରଙ୍କ ଆଜ୍ଞା ବଳରେ ବାବା ନେତ୍ରାନନ୍ଦ ଏକ ନୂଆ ପଦ୍ଧତିରେ ରୋଗୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ବିନା ସ୍ପର୍ଶରେ ଚିକିତ୍ସା କରିବା ଏକ ବିରଳ
ମହାଦେବ ଓ ମହାବୀରଙ୍କ ଆଜ୍ଞାରେ ବାବା ନେତ୍ରାନନ୍ଦଙ୍କ ରୋଗୀ ଚିକିତ୍ସା


ପୁରୀ, ୧୭ ଜାନୁଆରୀ (ହି.ସ.)- ବିଜ୍ଞାନ ଓ ଯାନ୍ତ୍ରିକ ଚିକିତ୍ସାରୁ ବିଶ୍ବାସ ତୁଟିଲେ ରୋଗୀ ନିରୁପାୟ ହୋଇ ପ୍ରଭୁଙ୍କ ଶରଣ ପଶେ । ମହାଦେବ ଓ ମହାବୀରଙ୍କ ଆଜ୍ଞା ବଳରେ ବାବା ନେତ୍ରାନନ୍ଦ ଏକ ନୂଆ ପଦ୍ଧତିରେ ରୋଗୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ବିନା ସ୍ପର୍ଶରେ ଚିକିତ୍ସା କରିବା ଏକ ବିରଳ ବ୍ଯବସ୍ଥା । ବାବା ନେତ୍ରାନନ୍ଦ ୧୨ବର୍ଷ ବୟସରୁ ତାଙ୍କ ଭିନ୍ନକ୍ଷମ ପିତାଙ୍କ ସେବା କରୁଥିଲେ । ବାପା ଚାଲିଗଲା ପରେ ଅନ୍ଯ ରୋଗୀଙ୍କୁ ଏହି ସେବା କରି କିପରି ଜୀବନ ବଞ୍ଚାଇବେ ସେ ବିଷୟରେ ଗବେଷଣା କଲେ । ବାବା ମହାଦେବ ଓ ମହାବୀରଙ୍କ ଆଜ୍ଞାରେ ଏବେ ଚନ୍ଦନପୁର ବାଇପାସ ରାସ୍ତାର ପେଟ୍ରୋଲ ପମ୍ପ ନିକଟ ନରେନ୍ଦ୍ର ନଗରରେ ପୁରୀ ଧାମ ବାବା ନେତ୍ରାନନ୍ଦ ସେବା ସଂସ୍ଥା ନାମରେ ରୋଗୀ ସେବା କରୁଛନ୍ତି । ଅର୍ଶ, ମଳକଣ୍ଟକ, ଭଗନ୍ଦର, ଶ୍ବାସ, ସ୍ପଣ୍ଡିଲାଇଟ, ହାତଗୋଡ ଲିଗାମେଣ୍ଟ ସମସ୍ଯାକୁ ବାବା ଜଡ଼ିବୁଟି ଚେର ମୂଳିରେ ରୋଗ ନିବାରଣ କରୁଛନ୍ତି । ଏହା ସହ ନିରଜନିତ ସମସ୍ଯା ଏଲ- ୪,ଏଲ- ୫,ଏଲ-୬ ଚିକିତ୍ସା ଯୋଗାଇ ଦେଉଛନ୍ତି । ହାର୍ଟ ଷ୍ଟ୍ରୋକ ଓ ବ୍ରେନ ଷ୍ଟ୍ରୋକ ରୋଗୀ ମଧ୍ୟ ଏହି ସେବା ସଂସ୍ଥାକୁ ଆସୁଛନ୍ତି । ବାବାଙ୍କ ଲକ୍ଷ୍ୟ ରହିଛି ଗରିବ ଅସହାୟ ରୋଗୀ ମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା । ବାବାଙ୍କର ଏହି ସେବା ସଂସ୍ଥା ଦିନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଓ ସଂଧ୍ଯା ୭ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି । ବାବାଙ୍କ ସହ ପରାମର୍ଶ କରିବା ପାଇଁ ମୋବାଇଲ ନମ୍ବର ୯୯୩୮୬୭୦୬୬୩ କିମ୍ବା ୭୯୭୮୪୨୫୮୦୧ରେ ଯୋଗାଯୋଗ କରିବା ପାଇଁ ସେବା ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande