ସିଟି ହାଇସ୍କୁଲର ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ
ଜୟପୁର, ୨୪ ଜାନୁଆରୀ (ହି.ସ.)- ସିଟି ହାଇସ୍କୁଲର ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଦି ପ୍ରମେୟ ଓଡ଼ିଆ ଦୈନିକ ଖବର କାଗଜର ବ୍ୟୁରୋ ମୁଖ୍ୟ ପ୍ରକାଶ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, କଠିନ ପରିଶ୍ରମ, ଶୃଙ୍ଖଳା ଓ ସମର୍ପଣ
ସିଟି ହାଇସ୍କୁଲ ର ବାର୍ଷିକ କ୍ରୀଡା ପୁରସ୍କାର ବଣ୍ଟନ ଉତ୍ସବ ଅନୁଷ୍ଠିତ


ଜୟପୁର, ୨୪ ଜାନୁଆରୀ (ହି.ସ.)- ସିଟି ହାଇସ୍କୁଲର ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଦି ପ୍ରମେୟ ଓଡ଼ିଆ ଦୈନିକ ଖବର କାଗଜର ବ୍ୟୁରୋ ମୁଖ୍ୟ ପ୍ରକାଶ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, କଠିନ ପରିଶ୍ରମ, ଶୃଙ୍ଖଳା ଓ ସମର୍ପଣ ହେଉଛି ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ। ବିଫଳତା ପାଇଁ କେବେ ନିରାଶ ହୁଅନ୍ତୁ ନାହିଁ କାରଣ ଏହା ସଫଳତାର ସ୍ତମ୍ଭ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ତେଲୁଗୁ ସଂସ୍କୃତି ସମିତିର ଅଧ୍ୟକ୍ଷ ବୀରେଶ ପଟ୍ଟନାୟକ। କର୍ମଚାରୀମାନଙ୍କୁ ସେମାନଙ୍କର କର୍ତ୍ତବ୍ୟକୁ ସଠିକ୍ ଭାବରେ ସମ୍ପାଦନ କରିବାରେ ସକ୍ରିୟ ଅଂଶଗ୍ରହଣ ଏବଂ ସମର୍ପଣ ପାଇଁ ପ୍ରଶଂସା କରିଥିଲେ। ଅନ୍ୟ ସଦସ୍ୟମାନେ ଥିଲେ ଏ ଶ୍ରୀନିବାସ ରାଓ, କେ ରାମ କୃଷ୍ଣ, ଏସ ଈଶ୍ୱର ରାଓ, ପି ଶିବ ପ୍ରସାଦ। ସିଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରଚାର୍ଯ୍ୟ ସୁଧାକର ପଟ୍ଟନାୟକ, ହାଇ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବି ସୁଜାତା ଏବଂ ସହ ପ୍ରାଚର୍ଯ୍ୟ ସସ୍ମିତା ସାହୁ ଏବଂ ତେଲୁଗୁ ମାଧ୍ୟମ ଏମ ଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏମ ମାଧବୀ ଛାତ୍ର ଛାତ୍ରୀ ମାନଂକୁ ଖେଳାଳି ମନୋବୃତ୍ତି ରଖିବା ପାଇଁ କହି ଥିଲେ।

ସିନିୟର ଶିକ୍ଷକ ପ୍ରତାପ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ସିଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଏମ୍ ସୌଜନ୍ୟ ଏବଂ ଅନ୍ୟାନ୍ୟ ଶିକ୍ଷୟତ୍ରି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟତା କରିଥିଲେ। ନବମ ଶ୍ରେଣୀର ଛାତ୍ର ସୁରଜ ଖୋସଲା ଏବଂ ଛାତ୍ରୀ ପରୱିନ ଚାମ୍ପିଅନ୍ ପୁରସ୍କାର ପାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande