୭୫ ଦିନରେ ଦାଖଲ ହେଲା ପ୍ରାଥମିକ ଚାର୍ଜସିଟ
ଗଂଜାମ, 05 ଜାନୁଆରି (ହି.ସ.) ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାର 75 ଦିନ ମଧ୍ୟରେ ବ୍ରହ୍ମପୁର ପୁଲିସ୍ କୋର୍ଟରେ ଚାର୍ଜସିଟ ଦାଖଲ କରିଛି। ଟାଉନଥାନା ଏସଡିପିଓ ପିୟୂଷ ରଂଜନ ଛୋଟରାୟଙ୍କ ନେତୃତ୍ୱରେ ଏକ ଟିମ ଦୁଇଟି ବାସ୍କରେ ଭର୍ତି ହୋଇଥିବା ଚାର୍ଜସିଟ ଦାଖଲ କରିଛି । ସେଥିରେ ମୂଳ ଚାର୍ଜସି
୭୫ ଦିନରେ ଦାଖଲ ହେଲା ପ୍ରାଥମିକ ଚାର୍ଜସିଟ


ଗଂଜାମ, 05 ଜାନୁଆରି (ହି.ସ.)

ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାର 75 ଦିନ ମଧ୍ୟରେ ବ୍ରହ୍ମପୁର ପୁଲିସ୍ କୋର୍ଟରେ ଚାର୍ଜସିଟ ଦାଖଲ କରିଛି। ଟାଉନଥାନା ଏସଡିପିଓ ପିୟୂଷ ରଂଜନ ଛୋଟରାୟଙ୍କ ନେତୃତ୍ୱରେ ଏକ ଟିମ ଦୁଇଟି ବାସ୍କରେ ଭର୍ତି ହୋଇଥିବା ଚାର୍ଜସିଟ ଦାଖଲ କରିଛି । ସେଥିରେ ମୂଳ ଚାର୍ଜସିଟ ସହ 18ଟି କପି ରହିଛି। ମୂଳ ଚାର୍ଜସିଟ ପ୍ରାୟ 1666 ପୃଷ୍ଠା ରହିଛି । 75ଦିନ ମଧ୍ୟରେ ଏହା ଦାଖଲ କରାଯାଇଛି। ସମୁଦାୟ 18ଟି ଚାର୍ଜସିଟ କପି ପ୍ରାୟ 30ହଜାର ପୃଷ୍ଠାର ହୋଇଛି । ଏହାସହ ସିସି କ୍ୟାମରା ଫୁଟେଜ ମଧ୍ୟ ପ୍ରମାଣ ସ୍ୱରୂପ ଦାଖଲ କରାଯାଇଛି । ପୀତବାସ ହତ୍ୟା ମାମଲାରେ ଗିରିଫ 16ଜଣଙ୍କୁ ଚାର୍ଜସିଟରେ ଅଭିଯୁକ୍ତ ଦର୍ଶାଇ ଆବଶ୍ୟକ ପ୍ରମାଣ ଦାଖଲ କରାଯାଇଛି। ସେହିପରି ପୁଲିସ୍ 124ଜଣକୁ ସାକ୍ଷୀ ରୂପେ ନେଇଛି। ଆଗକୁ ଫାଇନାଲ ଚାର୍ଜସିଟ ଦାଖଲ ହେବ ବୋଲି ପୁଲିସ୍ କହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande