ରାଜ୍ୟର ଗୋଟିଏ ସ୍ଥାନରେ ଅତି ଘନ କୁହୁଡ଼ି, ୩ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ
ଭୁବନେଶ୍ୱର, ୫ ଜାନୁଆରୀ (ହି.ସ.)- ସୋମବାର ସକାଳେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ୩ଟି ସ୍ଥାନରେ ଘନ କୁହୁଡ଼ି, ୪ଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଏବଂ ୫ଟି ସ୍ଥାନରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଆଜି ସକାଳେ ବୌଦ୍ଧରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳ
ରାଜ୍ୟର ଗୋଟିଏ ସ୍ଥାନରେ ଅତି ଘନ କୁହୁଡ଼ି, ୩ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ


ଭୁବନେଶ୍ୱର, ୫ ଜାନୁଆରୀ (ହି.ସ.)- ସୋମବାର ସକାଳେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ୩ଟି ସ୍ଥାନରେ ଘନ କୁହୁଡ଼ି, ୪ଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଏବଂ ୫ଟି ସ୍ଥାନରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି ।

ଆଜି ସକାଳେ ବୌଦ୍ଧରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୦ରୁ ୫୦ ମିଟର ମଧ୍ୟରେ ରହିଛି । ବଲାଙ୍ଗିର, କୋରାପୁଟ, ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଛି ।

ସେହିପରି ସୋନପୁର, ଭବାନୀପାଟଣା, ପାରଳାଖେମୁଣ୍ଡି ଏବଂ ଯାଜପୁରରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦୦ ମିଟର ମଧ୍ୟରେ ରହିଛି ।

ଅନୁରୂପ ଭାବେ ଗୋପାଳପୁର, ବାରିପଦା, ସମ୍ବଲପୁର, ହିରାକୁଦ ଏବଂ ରାଉରକେଲାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦୦ରୁ ୧୦୦୦ ମିଟର ମଧ୍ୟରେ ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande