
ଭୁବନେଶ୍ୱର, 05 ଜାନୁଆରି (ହି.ସ.)- ଖୋର୍ଦ୍ଧା
ଜବାହର ନବୋଦୟ ସ୍କୁଲରେ ଜଣ୍ଡିସ ବ୍ୟାପିବା ଘଟଣା ।
ଭୁବନେଶ୍ୱରରୁ ସ୍କୁଲ ଗଲେ ଜନସ୍ୱାସ୍ଥ୍ୟ ବିଭାଗର ତିନି ଜଣିଆ ଟିମ । ଗତକାଲି ଖୋର୍ଦ୍ଧା
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଅର୍ବାନ ହେଲ୍ଥ ୟୁନିଟ ସ୍କୁଲ ଯାଇଥିଲେ । ଘରୁ ଫେରିବା ପରେ ଜଣେ
ପିଲାଙ୍କୁ ଜଣ୍ଡିସ ହୋଇଥିଲା । ଏବେ ଅଧିକ ପିଲାଙ୍କୁ ଜଣ୍ଡିସ ହୋଇଛି । ସ୍ଥିତି ଅନୁଧ୍ୟାନ କରି
ପଦକ୍ଷେପ ନିଆଯାଉଛି । ଆଜି ସନ୍ଧ୍ୟା ସୁଦ୍ଧା ଆସିବ ରିପୋର୍ଟ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା