
ଭୁବନେଶ୍ୱର, 05 ଜାନୁଆରି (ହି.ସ.)- ନୀତି
ଆୟୋଗ ସିଇଓ ବିଭିଆର ସୁବ୍ରମଣ୍ୟମଙ୍କ ସହ ରାଜ୍ୟ ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ। ଲୋକସେବା
ଭବନରେ ବସିଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀ
ଉପସ୍ଥିତ ଥିଲେ ।
ନୀତି ଆୟୋଗ ଓ
ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ୬ଟି ଦିଗକୁ ଗୁରୁତ୍ଵ ଦିଆଯାଇଛି । ଭୁବନେଶ୍ଵର - କଟକ - ପୁରୀ -
ପାରାଦ୍ଵୀପକୁ ନେଇ ଇକୋନମିକ ରିଜିଅନକୁ ନେଇ ଆଲୋଚନା ହୋଇଛି । ଏହାର ଅଗ୍ରଗତି ନେଇ ରାଜ୍ୟ
ସରକାରଙ୍କ ସହ ଆଲୋଚନା କରିଛନ୍ତି ନୀତି ଆୟୋଗ ସିଇଓ। କାର୍ଯ୍ୟକାରିତା ଉପରେ ଗୁରୁତ୍ବ
ଦିଆଯାଇଛି। ୨୦୩୬ ଓ ୨୦୪୭ ଭିଜନ କାର୍ଯ୍ୟକାରି
ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେବ। ଏ ନେଇ ବିସ୍ତୃତ ଆଲୋଚନା କରିଛନ୍ତି
ନୀତି ଆୟୋଗ ସିଇଓ। ଆଦିବାସୀଙ୍କ ବିକାଶ ପାଇଁ ପ୍ରସ୍ତୁତ ସ୍ଵତନ୍ତ୍ର ପ୍ଲାନ ପ୍ରସ୍ତୁତ ହୋଇଛି।
ଏଥିପାଇଁ ସତ୍ୱା କୁ ଦାୟିତ୍ବ ଦିଆଯାଇଛି।
ସ୍କିଲିଂ ଓ
ନିଯୁକ୍ତି ଉପରେ ବି ଗୁରୁତ୍ଵ ଦିଆଯାଇଛି। ପୂର୍ବରୁ ନୀତି ଆୟୋଗଙ୍କ ଏକ ଟିମ୍ ବିଶ୍ଵ ଦକ୍ଷତା
କେନ୍ଦ୍ର ଓ ଅନ୍ୟ କିଛି କଲେଜ ପରିଦର୍ଶନ କରିଥିଲେ। ନିଯୁକ୍ତି କିପରି ବଢିବ ସେ ନେଇ ଆଲୋଚନା
ହୋଇଛି। ଅକ୍ଷୟ ଶକ୍ତି ଗ୍ରୀନ ଏନର୍ଜି ବୃଦ୍ଧି ପାଇଁ ନେଇ ବି ପ୍ରସ୍ତୁତ ହେବ ଯୋଜନା। ଏଥିପାଇଁ
ବି ଏକ କମିଟି ପ୍ରସ୍ତୁତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା