ଲଇକେରା ବ୍ଲକ ହଟିଆନାଳ ଜଳଭଣ୍ଡାରରେ ୮୦ ହଜାର ମାଛ ଯାଆଁଳ ଛଡ଼ାଗଲା
80000-fish-fingerlings-released
ଲଇକେରା ବ୍ଲକ ହଟିଆନାଳ ଜଳଭଣ୍ଡାରରେ ୮୦ ହଜାର


ଝାରସୁଗୁଡ଼ା, ୨୯ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ହଟିଆନାଳ ଜଳଭଣ୍ଡାରରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ତଥା ମତ୍ସ୍ୟଜୀବୀମାନଙ୍କ ଜୀବିକା ବିକାଶ ଲକ୍ଷ୍ୟରେ ମାଛ ଯାଆଁଳ ଛଡ଼ାଯାଇଛି। ବର୍ଷ ୨୦୨୬-୨୭ ପାଇଁ ଉଦ୍ଦିଷ୍ଟ 'ଜଳଭଣ୍ଡାର ମତ୍ସ୍ୟ ଉତ୍ପାଦନ ପ୍ରୋତ୍ସାହନ' କାର୍ଯ୍ୟକ୍ରମ ଅଧୀନରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏଠାରେ ମୋଟ ୮୦,୦୦୦ ସଂଖ୍ୟକ ଉନ୍ନତମାନର ଫିଙ୍ଗରଲିଙ୍ଗ୍ (ମାଛ ଯାଆଁଳ) ଜଳଭଣ୍ଡାରରେ ଛଡ଼ାଯାଇଛି। ଏହି ଯାଆଁଳଗୁଡ଼ିକୁ ବିନିକା ସ୍ଥିତ ଓଡ଼ିଶା ମତ୍ସ୍ୟ ଉନ୍ନୟନ ନିଗମ କେନ୍ଦ୍ରରୁ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ମହମ୍ମଦ ଫିରୋଜ ସୂଚନା ଦେଇଛନ୍ତି।

କାର୍ଯ୍ୟକ୍ରମ ଅବସରରେ ଲଇକେରା ସହକାରୀ ମତ୍ସ୍ୟ ଅଧିକାରୀ ଅଞ୍ଜଳି ବାଳା ନାଏକ, କନିଷ୍ଠ ମତ୍ସ୍ୟ ବୈଷୟିକ କର୍ମଚାରୀବୃନ୍ଦ, ହଟିଆନାଳ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିର ସଭାପତି, ସମ୍ପାଦକ ତଥା ବହୁ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ଯାଆଁଳ ଛଡ଼ାଯିବା ଦ୍ୱାରା ଆଗାମୀ ଦିନରେ ଜଳଭଣ୍ଡାରରୁ ମତ୍ସ୍ୟ ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇବା ସହ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଆର୍ଥିକ ଉନ୍ନତି ହୋଇପାରିବ ବୋଲି ବିଭାଗ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande