
ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.)- ଓଡ଼ିଶା
ବିପର୍ଯ୍ୟୟ ପ୍ରସ୍ତୁତି ଦିବସରେ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରତିବଦ୍ଧତା ଦୋହରାଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ଜାରି କରି
କହିଛନ୍ତି ଯେ, ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଆମ ସରକାର ବିପର୍ଯ୍ୟୟ ମୁକାବିଲା
ପାଇଁ ପ୍ରସ୍ତୁତିକୁ ସୁଦୃଢ଼ କରିବା, ସମୁଦାୟର ସହନଶୀଳତା ବୃଦ୍ଧି କରିବା ଏବଂ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ
କରିବା ପାଇଁ ପ୍ରତିବଦ୍ଧ। ଆଗୁଆ ଯୋଜନା ପ୍ରସ୍ତୁତି, ଉନ୍ନତ ପୂର୍ବ ସତର୍କ ସୂଚନା ବ୍ୟବସ୍ଥା ଏବଂ ସମନ୍ୱିତ ମୁକାବିଲା ପ୍ରଣାଳୀ ମାଧ୍ୟମରେ ଆମେ ଏକ
ଅଧିକ ସୁରକ୍ଷିତ ଓ ବିପର୍ଯ୍ୟୟ-ସହନଶୀଳ ଓଡ଼ିଶା ଗଠନ ଦିଗରେ
କାର୍ଯ୍ୟ କରୁଛୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା