ଗଂଜାମରେ ପାଣିରେ ଫସିଥିବାଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ-  ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.)- ବାତ୍ୟା ଅର୍ଣ୍ଣବର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ସମାକ୍ଷା ପରେ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ, ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମରେ ଭୟଙ୍କର ସ୍ଥିତି ଉପୁଜିଛି । ପାଣି ଭିତରେ ଫସି ରହିଛନ୍ତି
anu garg


ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.)- ବାତ୍ୟା

ଅର୍ଣ୍ଣବର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ସମାକ୍ଷା

ପରେ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ, ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମରେ ଭୟଙ୍କର ସ୍ଥିତି ଉପୁଜିଛି । ପାଣି ଭିତରେ ଫସି ରହିଛନ୍ତି

ହଜାର ହଜାର ଲୋକ। ବିଭିନ୍ନ ସ୍ଥାନରେ ବିପଦରେ ଫସିଥିବା ଲୋକଙ୍କୁ କରାଯିବ ଏୟାରଲିଫ୍ଟ।

କୋଷ୍ଟଗାର୍ଡ ସହ ଆଲୋଚନା କରି ହେଲିକପ୍ଟର ଯୋଗେ ଜଳବନ୍ଦୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ

ଯୋଜନା ହୋଇଛି। 2 ହଜାର ଲୋକ ଜଳ ବନ୍ଦୀରେ ପ୍ରାୟ 120 ଲୋକଙ୍କୁ ଏୟାରଲିଫ୍ଟିଙ୍ଗ କରାଯିବ । ଗଞ୍ଜାମର 4 ଜାଗାରେ ଲୋକେ ପ୍ରଭାବିତ

ଏୟାରଲିଫ୍ଟିଙ୍ଗ ପାଇଁ ବ୍ୟବସ୍ଥା ହେଉଛି । ଗଞ୍ଜାମରେ ସର୍ବାଧିକ ବର୍ଷା ହୋଇଛି | ଫଳରେ ଲୋକମାନେ

ଭୟଭୀତ ହୋଇଛନ୍ତି | ଶ୍ରୀକାକୁଲମରେ ରେଳ ବ୍ରିଜ ଉପରେ ପାଣି ଫଳରେ ଟ୍ରେନ ଅଟକିଛି | କଥା ହୋଇସାରିଛୁ

ରୋଡ଼ ସୁବିଧା ଥିବା ଲୋକଙ୍କୁ ପଠେଇବେ ଏବଂ ଷ୍ଟେସନରେ ଲୋକଙ୍କୁ ସମସ୍ତ ସୁବିଧା ଦେଇ ରଖିବେ । ଗଞ୍ଜାମରେ

22 ଟି ବ୍ଲକ 299 ଗାଁ, 44 ହଜାର 500 ଲୋକ ପ୍ରଭାବିତ

ହୋଇଛନ୍ତି । ବ୍ରହ୍ମପୁର ଆରଡିସିମନିଟରିଂ କରୁଛନ୍ତି | ବର୍ଷା କମିଲେ ସ୍ଥିତି ସୁଧୁରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande