ଶତବାର୍ଷିକୀ ବର୍ଷ ଅବସରରେ ଯୋଧପୁରରେ ବାହାରିଲା ପଥ ସଂଚଳନ, ଡ. ମୋହନ ଭାଗବତ କଲେ ନିରୀକ୍ଷଣ
ଯୋଧପୁରରେ ଆରଏସ୍ଏସ୍ର ପଥ ସଂଚଳନରେ ୫ ହଜାରରୁ ଅଧିକ ସ୍ୱୟଂସେବକ ସାମିଲ ଯୋଧପୁର, ୧୪ ନଭେମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍)ର ଶତବାର୍ଷିକୀ ବର୍ଷ ଅବସରରେ ଯୋଧପୁରରେ ପ୍ରଥମଥର ପାଇଁ ଆୟୋଜିତ ଚାରିଦିନିଆ ‘ମରୁ ନିନାଦ ଶିବିର’ ଅନ୍ତର୍ଗତ ଶନିବାର ସହରର ତିନୋଟି ମାର୍ଗରେ ପଥ ସଂଚ
jodhpur


ଯୋଧପୁରରେ ଆରଏସ୍ଏସ୍ର ପଥ ସଂଚଳନରେ ୫ ହଜାରରୁ ଅଧିକ ସ୍ୱୟଂସେବକ ସାମିଲ

ଯୋଧପୁର, ୧୪ ନଭେମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍)ର ଶତବାର୍ଷିକୀ ବର୍ଷ ଅବସରରେ ଯୋଧପୁରରେ ପ୍ରଥମଥର ପାଇଁ ଆୟୋଜିତ ଚାରିଦିନିଆ ‘ମରୁ ନିନାଦ ଶିବିର’ ଅନ୍ତର୍ଗତ ଶନିବାର ସହରର ତିନୋଟି ମାର୍ଗରେ ପଥ ସଂଚଳନ ବାହାରିଥିଲା। ଏଥିରେ ୫ ହଜାରରୁ ଅଧିକ ସ୍ୱୟଂସେବକ ଅଂଶଗ୍ରହଣ କରିଥିଲେ। ସହରବାସୀ ବିଭିନ୍ନ ସ୍ଥାନରେ ପୁଷ୍ପବର୍ଷା କରି ସଂଚଳନକୁ ସ୍ୱାଗତ କରିଥିଲେ। ଏହି ସମୟରେ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ମଧ୍ୟ ଉପସ୍ଥିତ ଥିଲେ। ସେ ଜାଲୋରୀ ଗେଟ୍ରେ ପହଂଚି ପଥ ସଂଚଳନର ନିରୀକ୍ଷଣ କରିଥିଲେ।

କାର୍ଯ୍ୟକ୍ରମ ଅନୁଯାୟୀ, ଶନିବାର ଅପରାହ୍ନ ୪ଟାରେ ଘୋଷ ସଂଚଳନ ବାହାରିଥିଲା। ଏହି ସଂଚଳନ ନିର୍ଦ୍ଧାରିତ ତିନୋଟି ମାର୍ଗରୁ ଏକାସାଙ୍ଗରେ ଆରମ୍ଭ ହୋଇ ପ୍ରାୟ ୫୦ ମିନିଟ୍ ମଧ୍ୟରେ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଂଚିଥିଲା। ପ୍ରଥମ ସଂଚଳନ ସୁମେର ସ୍କୁଲରୁ ଆରମ୍ଭ ହୋଇ ପାଓଟା ଛକ ଏବଂ କଚେରି ସମ୍ମୁଖ ଦେଇ ଉମେଦ ଷ୍ଟାଡିୟମରେ ପହଂଚିଥିଲା। ଦ୍ୱିତୀୟ ସଂଚଳନ ଉମେଦ ଷ୍ଟାଡିୟମରୁ ନୂଆ ସଡ଼କ, ଜାଲୋରୀ ଗେଟ୍, ଗୋଲ୍ ବିଲ୍ଡିଂ ଏବଂ ବି ରୋଡ୍ ଦେଇ ଗାନ୍ଧୀ ମଇଦାନରେ ପହଂଚିଥିଲା। ତୃତୀୟ ସଂଚଳନ ଗାନ୍ଧୀ ମଇଦାନରୁ ଜଳଜୋଗ ଛକ, ୧୨ତମ ରୋଡ୍ ଏବଂ ଆଖଲିଆ ଛକ ଦେଇ ପ୍ରତାପନଗରସ୍ଥିତ ଆଦର୍ଶ ବିଦ୍ୟା ମନ୍ଦିର କେଶବ ପରିସରରେ ପହଂଚି ସମାପ୍ତ ହୋଇଥିଲା।

ଘୋଷ ସଂଚଳନର ମାର୍ଗରେ ବ୍ୟବସାୟୀ, ସାମାଜିକ ସଂଗଠନ ଏବଂ ବିଭିନ୍ନ ସଂସ୍ଥା ପକ୍ଷରୁ ବିଭିନ୍ନ ସ୍ଥାନରେ ପୁଷ୍ପବର୍ଷା କରି ସ୍ୱୟଂସେବକମାନଙ୍କୁ ସ୍ୱାଗତ କରାଯାଇଥିଲା। ମହିଳାମାନେ ମଙ୍ଗଳ କଳସ ଧରି ମଙ୍ଗଳ ଗୀତ ଗାଇବା ସହ ଦୀପ ଜାଳି ଅଭିବାଦନ ଜଣାଇଥିଲେ। ପ୍ରମୁଖ ଛକଗୁଡ଼ିକରେ ସନ୍ଥମାନଙ୍କ ସାନ୍ନିଧ୍ୟରେ ସ୍ୱାଗତ ମଂଚ ସଜାଯାଇଥିଲା। ବିଭିନ୍ନ ସ୍ଥାନରେ ସ୍ୱାଗତ ତୋରଣ, ରଙ୍ଗୋଲି ଏବଂ କାର୍ପେଟ୍ ବିଛାଯାଇଥିଲା। ଏହି ଅବସରରେ ଦେବାଦେବୀ, ମହାପୁରୁଷ ଏବଂ ମାରୱାଡ଼ର ସନ୍ଥ ଓ ବୀର-ବୀରାଙ୍ଗନାଙ୍କ ଝାଙ୍କି ମଧ୍ୟ ସଜାଯାଇଥିଲା।

କାର୍ଯ୍ୟକ୍ରମକୁ ନେଇ ଛୋଟ ଛୋଟ ଝିଅମାନେ ବିଭିନ୍ନ ବେଶଭୂଷାରେ ପହଂଚିଥିଲେ। କେହି ମା’ ଦୁର୍ଗା, କେହି ମା’ ଭାରତୀ ତ ଆଉ କେହି ମା’ କାଳୀଙ୍କ ବେଶ ଧାରଣ କରିଥିଲେ। ଏହା ସହିତ ଅନେକ ଯୁବତୀ ଅହଲ୍ୟାବାଈ, ଲକ୍ଷ୍ମୀବାଈ ଏବଂ ରାଣୀ ଅବ୍ୱକାଙ୍କ ବେଶ ଧାରଣ କରି ସଂଚଳନକୁ ସ୍ୱାଗତ କରିଥିଲେ। ପଥ ସଂଚଳନକୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟାରେ ମହିଳା ଜାଲୋରୀ ଗେଟ୍ ଛକରେ ପହଂଚିଥିଲେ। ଏଠାରେ ମହିଳାମାନେ କେସରିଆ ପଗଡ଼ି ପିନ୍ଧି ଆସିଥିଲେ। ମହିଳାମାନଙ୍କ ପକ୍ଷରୁ ରାମାୟଣର ଉତରକାଣ୍ଡର ଚୌପାଇ ପାଠ କରାଯାଇଥିଲା। ଏଥିରେ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଷେକ ସମ୍ପର୍କିତ ଚୌପାଇଗୁଡ଼ିକୁ ‘ଜୟ ସିୟା ରାମ’ ଧ୍ୱନି ସହ ଗାନ କରାଯାଉଥିଲା।

-----------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande