ଧାମନଗର ଏନ୍ଏସିରେ ୩୭.୭୪ର ଏନ୍ଏସିରେ ୩୭.୭୪ ଲକ୍ଷ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ
ଭଦ୍ରକ, ୧୪ ନଭେମ୍ବର (ହି.ସ.) - ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୩ଟି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମୋଟ ୩୭ ଲକ୍ଷ ୭୪ ହଜାର ଟଙ୍କା ବ୍ୟୟ ଅଟକଳରେ ଶନିବାର ଶିଳାନ୍ୟାସ କରାଯାଇଛି। ୧୧ ନମ୍ବର ୱାର୍ଡ ଦକ୍ଷିଣବାଡ଼ସ୍ଥିତ ପୁରାତନ କୀର୍ତ୍ତନ ମଣ୍ଡପ ଦାଣ୍ଡ ଉନ୍ନତିକରଣ ପାଇଁ ୧୪.୪୯ ଲକ୍ଷ, ୧୦ ନମ୍ବର ୱ
dhamnagar prakalpa silanyasa


ଭଦ୍ରକ, ୧୪ ନଭେମ୍ବର (ହି.ସ.) - ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୩ଟି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମୋଟ ୩୭ ଲକ୍ଷ ୭୪ ହଜାର ଟଙ୍କା ବ୍ୟୟ ଅଟକଳରେ ଶନିବାର ଶିଳାନ୍ୟାସ କରାଯାଇଛି। ୧୧ ନମ୍ବର ୱାର୍ଡ ଦକ୍ଷିଣବାଡ଼ସ୍ଥିତ ପୁରାତନ କୀର୍ତ୍ତନ ମଣ୍ଡପ ଦାଣ୍ଡ ଉନ୍ନତିକରଣ ପାଇଁ ୧୪.୪୯ ଲକ୍ଷ, ୧୦ ନମ୍ବର ୱାର୍ଡର ମନ୍ତ୍ରବାସିନୀ ମନ୍ଦିର ଉନ୍ନତିକରଣ ପାଇଁ ୧୩.୨୫ ଲକ୍ଷ ଏବଂ ଜେନାସାହି ହନୁମାନ ମନ୍ଦିରଠାରୁ ହିନ୍ଦୁ ଉପ୍ରା ବିଦ୍ୟାଳୟ ପର୍ଯ୍ୟନ୍ତ ଫେବର ଇଟା ରାସ୍ତା ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯିବ। ମନ୍ତ୍ରୀଙ୍କ ପ୍ରତିନିଧି କୈଳାଶ ମହାପାତ୍ର ଏହି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଥିଲେ।ଦୀର୍ଘବର୍ଷର ପୁରାତନ କୀର୍ତ୍ତନ ମଣ୍ଡପ ଦାଣ୍ଡର ଉନ୍ନତିକରଣ ହେବା ଦ୍ୱାରା ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା ହେବା ସହ ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ସୁରକ୍ଷା ହୋଇପାରିବ। ସେହିପରି ମନ୍ତ୍ରବାସିନୀ ମନ୍ଦିରର ଉନ୍ନତିକରଣ ଏବଂ ଜେନାସାହିରେ ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକେ ଉପକୃତ ହେବେ।ଏହି ଅବସରରେ ଦକ୍ଷିଣବାଡ଼ ଜେନାସାହିର ଚାଷୀମାନଙ୍କ ଯାତାୟାତ ପାଇଁ ରାସ୍ତା ନିର୍ମାଣ ନିମନ୍ତେ ଦୀର୍ଘଦିନର ଦାବି ଉଠିଥିଲା। ଶ୍ରୀ ମହାପାତ୍ର ସମ୍ପୃକ୍ତ ସ୍ଥାନ ପରିଦର୍ଶନ କରି ଚାଷୀଙ୍କ ସୁବିଧା ପାଇଁ ରାସ୍ତା ନିର୍ମାଣ ଦିଗରେ ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଦକ୍ଷିଣବାଡ଼ ସ୍କୁଲ ଦାଣ୍ଡଠାରୁ କୀର୍ତ୍ତନ ମଣ୍ଡପ ପର୍ଯ୍ୟନ୍ତ ଡ୍ରେନ୍? ନିର୍ମାଣ ପାଇଁ ମଧ୍ୟ ସ୍ଥାନ ପରିଦର୍ଶନ କରିଥିଲେ।ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ମାର୍ଗଦର୍ଶନରେ ଧାମନଗର ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରାଯାଉଥିବା ଶ୍ରୀ ମହାପାତ୍ର କହିଥିଲେ।କାର୍ଯ୍ୟକ୍ରମରେ ସାଂସଦଙ୍କ ଏନ୍?ଏସି ପ୍ରତିନିଧି ସରୋଜ ମହାପାତ୍ର, କାଉନସିଲର ଅନୁସୟା ମଲ୍ଲିକ, ଉତ୍ତମ ମହାନ୍ତି, ଅନୀଲ ବାରିକ, ପ୍ରଶାନ୍ତ ପରିଡ଼ା, ଧୀରେନ୍ଦ୍ର କର, ଜଗଦୀଶ ପାତ୍ର, ଦୟାନିଧି ଜେନା, କୃଷ୍ଣଚନ୍ଦ୍ର ଜେନା, ନାରାୟଣ ରାଉତ, ଅଶୋକ ଦାଶ, ଅଜିତ ଦାଶ, ଚିତ୍ତରଞ୍ଜନ ଜେନା, ଗିରିଧାରୀ ରାଉତ, ମାନସ କୁମାର ସ୍ୱାଇଁ, ଜୀବନଜ୍ୟୋତି ସ୍ୱାଇଁ, ରବୀନ୍ଦ୍ର ପୁହାଣ, ଶାହା ହନିଫ ରେଜା, ଲକ୍ଷ୍ମଣ କର, ସୌମ୍ୟରଞ୍ଜନ ସାହୁ, ଦୟାନିଧି ମହାଳିକ, ସଞ୍ଜୟ ସ୍ୱାଇଁ ଓ ରାଜେଶ ବେହେରାଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande