କାଳୀପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ
ଭଦ୍ରକ, ୧୪ ନଭେମ୍ବର (ହି.ସ.) - ଧାମନଗର ବ୍ଲକର ଲୁଣିଆ ଠାରେ ଚାଲିଥିବା ଶ୍ୟାମାକାଳୀ ପୂଜାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।ସାମ୍ବାଦିକ ବୈକୁଣ୍ଠ ନାଥ ସାହୁଙ୍କ ପୌରହିତ୍ୟରେ ଉତ୍ସବ ସଭା ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ସାହିତ୍ୟିକ ଶିକ୍ଷାବିତ ଗଙ୍ଗାଧର ମହାନ୍ତି ସାଂସ୍କୃତିକ ଉତ୍ସବ ଉଦଘା
kalipuja sanskrutika karjyakrama udjapit


ଭଦ୍ରକ, ୧୪ ନଭେମ୍ବର (ହି.ସ.) - ଧାମନଗର ବ୍ଲକର ଲୁଣିଆ ଠାରେ ଚାଲିଥିବା ଶ୍ୟାମାକାଳୀ ପୂଜାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।ସାମ୍ବାଦିକ ବୈକୁଣ୍ଠ ନାଥ ସାହୁଙ୍କ ପୌରହିତ୍ୟରେ ଉତ୍ସବ ସଭା ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ସାହିତ୍ୟିକ ଶିକ୍ଷାବିତ ଗଙ୍ଗାଧର ମହାନ୍ତି ସାଂସ୍କୃତିକ ଉତ୍ସବ ଉଦଘାଟନ କରି ଲୁଣିଆ ମାଟିର ଆଧ୍ୟାତ୍ମିକ ସାଂସ୍କୃତିକ ଓ ସାମାଜିକ ପରମ୍ପରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ତଳ ଗୋପବିନ୍ଧା ସରପଞ୍ଚ ସଞ୍ଜୀବ କୁମାର ବେହେରା,ଖପରପଦାର ପ୍ରାକ୍ତନ ସରପଞ୍ଚ ଗୟାଧର ନାୟକ,ଯୁବ ସମାଜସେବୀ ରଞ୍ଜିତ କୁମାର ଲେଙ୍କା,ଉପଦେଷ୍ଟା ସଞ୍ଜୟ କୁମାର ପଣ୍ଡା,ସୁବାସ ଚନ୍ଦ୍ର ନାୟକ,ଆନନ୍ଦ ବଜାର କାଳୀପୂଜା କମିଟିର ସମ୍ପାଦକ ରାଜନ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଲୁଣିଆ ସାର୍ବଜନୀନ କାଳୀପୂଜା କମିଟିର ଆବାହକ ଶିକ୍ଷକ ଗଣେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ମୁକ୍ତ ମଞ୍ଚ ନାଟକ ପରିବେଷଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande