ବାଂଲାଦେଶରେ ଯାତ୍ରୀବାହୀ ବସ୍ ଏବଂ ଟ୍ରକ୍ ରେ ନିଆଁ ଲଗାଇଲେ ଦୁର୍ବୃତ୍ତ
ଢାକା (ବାଂଲାଦେଶ), ୧୯ ନଭେମ୍ବର (ହି.ସ.)- ଗୁରୁବାର ସକାଳେ ନାରାୟଣଗଞ୍ଜର ଦୁଇଟି ସ୍ଥାନରେ ଦୁର୍ବୃତ୍ତମାନେ ଏକ ଯାତ୍ରୀବାହୀ ବସ୍ ଏବଂ ଏକ ମାଲ୍ ବୋଝେଇ ଟ୍ରକ୍ ରେ ନିଆଁ ଲଗାଇ ଦେଇଛନ୍ତି। ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି। ଢାକା-ଚଟଗାଂଓ ରାଜପଥରେ ଥିବା କାଞ୍ଚପୁର ସେତୁ ନିକଟରେ ଏବଂ
आग की लपटों से घिरा ट्रक और यात्री बस। फोटो - ढाका ट्रिब्यून


ଢାକା (ବାଂଲାଦେଶ), ୧୯ ନଭେମ୍ବର (ହି.ସ.)- ଗୁରୁବାର ସକାଳେ ନାରାୟଣଗଞ୍ଜର ଦୁଇଟି ସ୍ଥାନରେ ଦୁର୍ବୃତ୍ତମାନେ ଏକ ଯାତ୍ରୀବାହୀ ବସ୍ ଏବଂ ଏକ ମାଲ୍ ବୋଝେଇ ଟ୍ରକ୍ ରେ ନିଆଁ ଲଗାଇ ଦେଇଛନ୍ତି। ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି। ଢାକା-ଚଟଗାଂଓ ରାଜପଥରେ ଥିବା କାଞ୍ଚପୁର ସେତୁ ନିକଟରେ ଏବଂ ଏସୀୟ ରାଜପଥରେ ଥିବା ମିରରଟେକ ବଜାର ନିକଟରେ ଏହି ଘଟଣା ଘଟିଛି।

ଢାକା ଟ୍ରିବ୍ୟୁନ୍ ର ଏକ ରିପୋର୍ଟରେ ପୋଲିସ ଏବଂ ସ୍ଥାନୀୟ ସୂତ୍ରକୁ ଉଦ୍ଧୃତ କରି କୁହାଯାଇଛି ଯେ, ସକାଳ ପ୍ରାୟ ୯ଟା ୩୦ ମିନିଟରେ କାଞ୍ଚପୁର ସେତୁ ନିକଟରେ ଢାକା ଯାଉଥିବା ରାସ୍ତାରେ ତିଶା ପରିବାହନର ଏକ ଯାତ୍ରୀବାହୀ ବସ୍ ରେ ନିଆଁ ଲଗାଇ ଦିଆଯାଇଥିଲା। ନିଆଁ ଲାଗିବା ମାତ୍ରେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସ୍ ରୁ ବାହାରି ଆସିଥିଲେ, କିନ୍ତୁ ବସ୍ ଟି ସମ୍ପୂର୍ଣ ଜଳି ଯାଇଥିଲା।

କାଞ୍ଚପୁର ହାଇୱେ ପୋଲିସ ଷ୍ଟେସନର ଅଫିସର-ଇନ୍-ଚାର୍ଜ ଜୁୱେଲ ମିୟା କହିଛନ୍ତି ଯେ, ଏକ ରିକଭରି ଯାନ ସାହାଯ୍ୟରେ ଜଳିଯାଇଥିବା ବସ୍ କୁ ଘଟଣାସ୍ଥଳରୁ ହଟାଇ ଦିଆଯାଇଛି। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି ବୋଲି ସେ କହିଛନ୍ତି।

ଅନ୍ୟ ଏକ ଘଟଣାରେ, ମିରରଟେକ ବଜାର ନିକଟରେ ଠିଆ ହୋଇଥିବା ଏକ ଭୁସା(ଗହମ ଗଛର ଅଂଶବିଶେଷ)ବୋଝେଇ ଟ୍ରକ୍ ରେ ଗୁରୁବାର ସକାଳେ ନିଆଁ ଲଗାଇ ଦିଆଯାଇଥିଲା। ସୂଚନା ମିଳିଛି ଯେ, ଦିନାଜପୁରରୁ ଭୁସା ନେଇ ଯାଉଥିବା ଟ୍ରକଟି ଭୋର ପ୍ରାୟ ୩ଟା ୩୦ ମିନିଟରେ ମିରରଟେକ ବଜାର ଜାମା ମସଜିଦ ସମ୍ମୁଖରେ ଅଟକିଥିଲା। ଡ୍ରାଇଭର ଏବଂ ହେଲ୍ପର ଟ୍ରକକୁ ରାସ୍ତା କଡ଼ରେ ପାର୍କିଂ କରିଥିଲେ ଏବଂ ଜିନିଷପତ୍ର ଓହ୍ଲାଇବାକୁ ଅପେକ୍ଷା କରି ଭିତରେ ଶୋଇଥିଲେ।

ସକାଳ ପ୍ରାୟ ୫ଟା ୩୦ ମିନିଟ ବେଳକୁ ସେହି ବାଟ ଦେଇ ଯାଉଥିବା ଜଣେ ମହିଳା ନିଆଁ ଦେଖି ଡ୍ରାଇଭରକୁ ଉଠେଇ ଦେଇଥିଲେ। ଡ୍ରାଇଭର ଜଳୁଥିବା ଭୁସାକୁ ରାସ୍ତା କଡ଼ରେ ଥିବା ପାଣିରେ ଫିଙ୍ଗି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଅଗ୍ନିଶମ ବାହିନୀର ଟିମ୍ ସେଠାରେ ପହଞ୍ଚି ସକାଳ ପ୍ରାୟ ୭ଟା ୩୦ ମିନିଟ୍ ରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ସେତେବେଳକୁ ଟ୍ରକରେ ଥିବା ସମସ୍ତ ଭୁସା ପୋଡ଼ି ପାଉଁଶ ହୋଇଯାଇଥିଲା।

ତାଲତଲା ପୋଲିସ୍ ଆଉଟପୋଷ୍ଟ ଦାୟିତ୍ଵରେ ଥିବା ଜସିମୁଦ୍ଦିନ୍ କହିଛନ୍ତି ଯେ, ଟ୍ରକରେ ଥିବା ଲଗେଜ୍ ନିଆଁରେ ଜଳି ଯାଇଥିଲା କିନ୍ତୁ ଡ୍ରାଇଭର ଏବଂ ସହାୟକ ଅକ୍ଷତ ଅବସ୍ଥାରେ ରକ୍ଷା ପାଇଯାଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ନ୍ୟାୟ ଦିଆଯିବ ବୋଲି ସେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande