ବୋତ୍ସୱାନାରୁ ଅଣାଯାଇଥିବା ମାଈ ଚିତା ଜଙ୍ଗଲରେ ଦେଲା ୪ଟି ଶାବକଙ୍କୁ ଜନ୍ମ, ପ୍ରୋଜେକ୍ଟ ଚିତା ପାଇଁ ଏହା ଐତିହାସିକ ସଫଳତା: ଭୂପେନ୍ଦ୍ର ଯାଦବ
ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)- ଭାରତରେ ଚିତା ସଂରକ୍ଷଣ ଏବଂ ସେମାନଙ୍କ ସଂଖ୍ୟା ପୁନଃ ପ୍ରତିଷ୍ଠା କରିବା ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ବୋତ୍ସୱାନାରୁ ଅଣାଯାଇଥିବା ଅଢ଼େଇ ବର୍ଷ ବୟସ୍କା ମାଈ ଚିତା ‘କେଓଏମଜି-୩’ ଶୁକ୍ରବାର ଜଙ୍ଗଲରେ ୪ଟି ସୁସ୍ଥ ଶାବକଙ୍କୁ ଜନ୍ମ ଦେଇଛି। ଏହା ସହିତ ଦେଶରେ ଚି
Bot


ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)- ଭାରତରେ ଚିତା ସଂରକ୍ଷଣ ଏବଂ ସେମାନଙ୍କ ସଂଖ୍ୟା ପୁନଃ ପ୍ରତିଷ୍ଠା କରିବା ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ବୋତ୍ସୱାନାରୁ ଅଣାଯାଇଥିବା ଅଢ଼େଇ ବର୍ଷ ବୟସ୍କା ମାଈ ଚିତା ‘କେଓଏମଜି-୩’ ଶୁକ୍ରବାର ଜଙ୍ଗଲରେ ୪ଟି ସୁସ୍ଥ ଶାବକଙ୍କୁ ଜନ୍ମ ଦେଇଛି। ଏହା ସହିତ ଦେଶରେ ଚିତାଙ୍କ ମୋଟ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୪୩ଟି ଚିତା ଭାରତରେ ହିଁ ଜନ୍ମ ହୋଇଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ବୋତ୍ସୱାନାରୁ ଅଣାଯାଇଥିବା ଏହା ପ୍ରଥମ ମାଈ ଚିତା, ଯିଏ ଭାରତରେ ଶାବକମାନଙ୍କୁ ଜନ୍ମ ଦେଇଛି। ବିଶେଷ କଥା ହେଉଛି, ଶାବକମାନଙ୍କ ଜନ୍ମ ପୂର୍ବରୁ ଏହି ମାଈ ଚିତା ଚାରି ମାସରୁ ଅଧିକ ସମୟ ଧରି ଜଙ୍ଗଲରେ ପ୍ରାକୃତିକ ପରିବେଶରେ ରହିଥିଲା। ୨୦୨୨ ମସିହାରେ ଚିତା ପୁନର୍ବାସ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଜଙ୍ଗଲରେ ଶାବକ ଜନ୍ମ ହେବାର ଏହା ଦ୍ୱିତୀୟ ଘଟଣା।

ଭୂପେନ୍ଦ୍ର ଯାଦବ ଏହାକୁ ପ୍ରୋଜେକ୍ଟ ଚିତା ପାଇଁ ଏକ ଐତିହାସିକ ସଫଳତା ଏବଂ ଭାରତରେ ଚିତାଙ୍କ ଏକ ସ୍ଥାୟୀ ଜନସଂଖ୍ୟା ପ୍ରତିଷ୍ଠା ଦିଗରେ ଗର୍ବର ମୁହୂର୍ତ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ପ୍ରତ୍ୟେକ ନୂତନ ଜନ୍ମ ସଂରକ୍ଷଣ ପ୍ରତି ଆଶାକୁ ଆହୁରି ମଜଭୁତ କରିବା ସହ ବନ୍ୟଜନ୍ତୁ ସଂରକ୍ଷଣ ପ୍ରତି ଆମର ପ୍ରତିବଦ୍ଧତାକୁ ଆହୁରି ଗଭୀର କରିଥାଏ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଧୈର୍ଯ୍ୟ, ନିରନ୍ତର ପ୍ରୟାସ ଏବଂ ସାମୂହିକ ଭାଗୀଦାରି ଅତ୍ୟନ୍ତ ଆବଶ୍ୟକ। ପ୍ରୋଜେକ୍ଟ ଚିତାର ସଫଳତା ପାଇଁ ପ୍ରକଳ୍ପ ପରିଚାଳକ, ପଶୁ ଚିକିତ୍ସକ, ଜଙ୍ଗଲ ବିଭାଗର ଆଗଧାଡ଼ିରେ କାର୍ଯ୍ୟରତ କର୍ମଚାରୀ ଏବଂ ଏହା ସହ ଜଡ଼ିତ ସମସ୍ତ ବିଶେଷଜ୍ଞଙ୍କ ସମର୍ପଣ, ପ୍ରତିବଦ୍ଧତା ଓ କଠିନ ପରିଶ୍ରମକୁ ସେ ପ୍ରଶଂସା କରିଛନ୍ତି।

---------------

--------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande