ଉତର ନାଇଜେରିଆରେ ଓଲଟିଲା ଟ୍ରକ, 30 ମୃତ
ଅବୁଜା, 09 ଫେବ୍ରୁଆରି (ହି.ସ.)-ଉତ୍ତର ନାଇଜେରିଆର କାନୋ ଅଞ୍ଚଳରେ ଯାତ୍ରୀମାନେ ଭର୍ତ୍ତି ଥିବା ଗୋଟିଏ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଅତିକମରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଅଧିକାରୀମାନେ କହିଛନ୍ତି ଯେ, ଡ୍ରାଇଭରଙ୍
ଉତର ନାଇଜେରିଆରେ ଓଲଟିଲା     ଟ୍ରକ, 30 ମୃତ


ଅବୁଜା, 09 ଫେବ୍ରୁଆରି (ହି.ସ.)-ଉତ୍ତର ନାଇଜେରିଆର

କାନୋ ଅଞ୍ଚଳରେ ଯାତ୍ରୀମାନେ ଭର୍ତ୍ତି ଥିବା ଗୋଟିଏ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ

ପଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଅତିକମରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଅଧିକାରୀମାନେ

କହିଛନ୍ତି ଯେ, ଡ୍ରାଇଭରଙ୍କ

ଅସାବଧାନ ଚାଳନା ହେତୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ

କାନୋର ହସ୍ପିଟାଲଗୁଡ଼ିକୁ ଭର୍ତ୍ତି କରାଯାଇଛି।

ଆମେରିକାର ଏବିସି ନ୍ୟୁଜ୍

ଚ୍ୟାନେଲର ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣା ନେଇ କାନୋର ଗଭର୍ନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି।

ବିବୃତିରେ କୁହାଯାଇଛି ଯେ, ରବିବାର ସକାଳେ କାନୋର ଗେଜାୱା ଲୋକାଲ୍ ଗଭର୍ନମେଣ୍ଟ ଏରିଆର କ୍ୱାନାର ବାର୍ଡେ ସହର ନିକଟରେ

ଥିବା ଗୋଟିଏ ହାଇୱେରେ ଏହି ଟ୍ରକ୍ ନିୟନ୍ତ୍ରଣ ହାରାଇ ପଲଟି ପଡ଼ିଥିଲା। ଟ୍ରକ୍‌ଟିରେ ଗୁଜୁଙ୍ଗ

ସହରର ଯାତ୍ରୀମାନେ ଯାତ୍ରା କରୁଥିଲେ।

କାନୋର ଗଭର୍ନର ଅବ୍ବା

କବୀର ଯୁସୁଫଙ୍କ ପ୍ରବକ୍ତା ସୁନୁସି ବଟୁରେ ଡାୱାକିନ ଟୋଫା କହିଛନ୍ତି ଯେ, ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଅଟେ। ବିବୃତିରେ

କୁହାଯାଇଛି, “ଗଭର୍ନର

ଏହି ଘଟଣାକୁ ଅତ୍ୟନ୍ତ ହୃଦୟବିଦାରକ ବୋଲି କହିଛନ୍ତି ଏବଂ ଏହା କେବଳ ପ୍ରଭାବିତ ପରିବାରମାନଙ୍କ

ପାଇଁ ନୁହେଁ, ସମଗ୍ର

କାନୋ ରାଜ୍ୟର ଲୋକମାନଙ୍କ ପାଇଁ ମଧ୍ୟ ଏକ ବଡ଼ କ୍ଷତି।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande