
ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବ-୨୦୨୬'ରେ ଯୋଗଦେବାକୁ ଆସିଥିବା ସମ୍ବଲପୁରୀ ଗାୟକ ଉମାକାନ୍ତ ବାରିକ ଓ ତାଙ୍କ ଟିମ ଙ୍କ ସହ ସାକ୍ଷାତ କରିଛନ୍ତି।
ଏକ୍ସରେ ପୋଷ୍ଟ କରି କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ନୂଆଦିଲ୍ଲୀରେ 'ଓଡ଼ିଶା ପର୍ବ-୨୦୨୬'ରେ ଯୋଗଦେବାକୁ ଆସିଥିବା ସମ୍ବଲପୁରୀ ଗାୟକ ଉମାକାନ୍ତ ବାରିକ, ତାଙ୍କ ଟିମ ତଥା କଳାକାର ବନ୍ଧୁମାନଙ୍କୁ ଭେଟି ଆନନ୍ଦିତ । ଓଡ଼ିଶାର କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ ପହଞ୍ଚାଇବା ଦିଗରେ ସମସ୍ତଙ୍କର ଅବଦାନ ଅତୁଳନୀୟ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆପଣ ମାନଙ୍କର ପ୍ରଦର୍ଶନ ଆମର କଳା, ସଂସ୍କୃତି ଓ ଐତିହ୍ୟକୁ ଉଜାଗର କରିବ । ସମସ୍ତ ବନ୍ଧୁମାନଙ୍କୁ ମୋର ଅନେକ ଶୁଭେଚ୍ଛା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା