
, 13 ମାର୍ଚ୍ଚ (ହି.ସ.)
ଗ୍ୱୌହାଟୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଶୁକ୍ରବାର ଦ୍ୱିପ୍ରହର ପ୍ରାୟ ୧.୩୦ ବେଳେ ବାୟୁସେନାର ବିଶେଷ ବିମାନରେ ଗ୍ୱୌହାଟୀର ଲୋକପ୍ରିୟ
ଗୋପିନାଥ ବୋରଦଲୋଇ ଇଂଟରନ୍ୟାସନାଲ ଏୟାରପୋର୍ଟ (ବୋରଝାର) ରେ ଦୁଇ ଦିନିଆ ଆସାମ
ଗସ୍ତରେ ପହଞ୍ଚିଛନ୍ତି।
ଉଲ୍ଲେଖନୀୟ ଯେ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ
ଅନୁସାରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରୁ ଗ୍ୱୌହାଟୀ ଆସି ହେଲିକପ୍ଟର ଯୋଗେ କୋକରାଝରଯିବାର ଥିଲା। କିନ୍ତୁ ଖରାପ ପାଗ ଯୋଗୁ ସେହି ଯାତ୍ରା କାର୍ଯ୍ୟସୂଚୀ ବାତିଲ୍
କରାଯାଇଥିଲା। ଫଳସ୍ୱରୂପ ପ୍ରଧାନମନ୍ତ୍ରୀ ଆଜି ଗ୍ୱୌହାଟୀରେ ହିଁ ବିତାଇବାକୁ ନିଷ୍ପତ୍ତି ନେଲେ।
ତଥାପି କୋକରାଝାର ଗସ୍ତ ବାତିଲ୍ ହେବା ସମ୍ବନ୍ଧରେ ଅନ୍ତିମ ଆଧିକାରିକ ସୂଚନା ଏପର୍ଯ୍ୟନ୍ତ
ପ୍ରକାଶିତ ହୋଇନାହିଁ।
ସେ ବିମାନବନ୍ଦରରୁ କୋଇନାଧାରା ରାଜ୍ୟ ଅତିଥି ଭବନ
ଯାଇଛନ୍ତି। ସେଠାରେ ରହି ପ୍ରଧାନମନ୍ତ୍ରୀ ପୂର୍ବ ନିର୍ଦ୍ଧାରିତ ବିଭିନ୍ନ କାର୍ୟକ୍ରମରେ
ଭର୍ଚୁଆଲ୍ ଭାବେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି।
ଏହେ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ
ବିମାନବନ୍ଦରରେ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ
ଆଚାର୍ଯ୍ୟଙ୍କସହିତ ଅନେକ ମନ୍ତ୍ରୀ,
ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା