
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- ଏକ ଘରୋଇ ଜାତୀୟ
ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ମାଷ୍ଟର ସେଫ୍ ଅଫ୍ ଇଣ୍ଡିଆରେ ଶ୍ରେଷ୍ଠ ପ୍ରଦର୍ଶନ କରି
ରନର୍ସଅପ୍ ହୋଇ ଓଡ଼ିଶା ଫେରିଛନ୍ତି ଦୁଇ ଭଉଣୀ ଅଞ୍ଜୁ ପ୍ରଧାନ ଓ ମଞ୍ଜୁ ଓଝା। ସେ ଭୁବନେଶ୍ୱର
ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଉଭୟ ମଞ୍ଜୁ ଓଝା ଓ ଅଞ୍ଜୁ
ପ୍ରଧାନ ହେଉଛନ୍ତି, ସେବାୟତ
ପରିବାରର ବୋହୂ। ଅଞ୍ଜୁ ପ୍ରଧାନ ହେଉଛନ୍ତି ପୂର୍ବତନ କାଉନସିଲର। ଏଥିସହିତ ସେ ପୂର୍ବତନ ନଗରପାଳ
ତଥା ବରିଷ୍ଠ ସେବାୟତ ଗୌରହରି ପ୍ରଧାନଙ୍କ ପତ୍ନୀ ମଧ୍ୟ। ମହାପ୍ରଭୁଙ୍କ କାନିକା ଓ ଟଙ୍କ ତୋରାଣି
ତାଙ୍କୁ ବେଶ୍ ପ୍ରସିଦ୍ଧ କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା