
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- ରାଜ୍ୟସଭା
ନିର୍ବାଚନ ପ୍ରସଙ୍ଗ । ବିଜେପି ରାଜ୍ୟ ସଭାପତି ଦେଲେ ବଡ ବୟାନ । ରାଜ୍ୟସଭା ନିର୍ବାଚନ
ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଆମ ଦଳ ଖୁବଶୀଘ୍ର ନିଷ୍ପତ୍ତି ନେବ କିଏ ପ୍ରାର୍ଥୀ
ହେବ। ପାର୍ଲ୍ୟାମେଣ୍ଟରୀ କମଟି ଏହାକୁ ନେଇ ନିଷ୍ପତ୍ତି ନେବ ।
ବିଜେଡି - କଂଗ୍ରେସ ମିଶିକି
ଲଢ଼ିଲେ ବିଜେପିକୁ ଫାଇଦା ହେବ । ବିଜେପି ତୃତୀୟ ପ୍ରାର୍ଥୀ ଦେବା ନେଇ ମନମୋହନ ସାମଲ କହିଛନ୍ତି, ଦୁଇରୁ ତିନି ଦିନ ଅପେକ୍ଷା କରନ୍ତୁ, ଚିତ୍ର ସ୍ପଷ୍ଟ ହୋଇ ଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା