ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ବଲାଙ୍ଗିର, 18 ମାର୍ଚ୍ଚ (ହି.ସ.) ଲୋଇସିଂହା ମହାବିଦ୍ୟାଳୟର ଶିକ୍ଷା ବିଭାଗର ଷଷ୍ଠ ସେମିଷ୍ଟାର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଧ୍ୟକ୍ଷ ବିଭୂଦେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଶିକ୍ଷା ବିଭାଗର ଅଧ୍ୟାପିକା ବୃନ
ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା


ବଲାଙ୍ଗିର, 18 ମାର୍ଚ୍ଚ (ହି.ସ.)

ଲୋଇସିଂହା ମହାବିଦ୍ୟାଳୟର ଶିକ୍ଷା ବିଭାଗର ଷଷ୍ଠ ସେମିଷ୍ଟାର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଧ୍ୟକ୍ଷ ବିଭୂଦେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଶିକ୍ଷା ବିଭାଗର ଅଧ୍ୟାପିକା ବୃନ୍ଦ ବିଦାୟୀ ଛାତ୍ରଛାତ୍ରୀଙ୍କୁ ଉଦବୋଧିତ କରିଥିଲେ । ବିଭାଗୀୟ ମୁଖ୍ୟ ଶ୍ରୀମତୀ ଶାନ୍ତିପ୍ରିୟା ହୋତା ଜୀବନର ମୂଲ୍ୟବୋଧ ସହିତ ଜୀବିକାକୁ ସମନ୍ୱିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅଧ୍ୟାପିକା ଗୀତାଞ୍ଜଳୀ ପଣ୍ଡା ପରିସ୍ଥିତି ନିର୍ବିଶେଷରେ ଯୁକ୍ତାତ୍ମକ ଦୃଷ୍ଟିଭଙ୍ଗୀ ପୋଷଣ କରି ଜୀବନକୁ ସାର୍ଥକ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷ ମହୋଦୟ ଚରିତ୍ର ଗଠନ ହିଁ ଶିକ୍ଷାର ମୂଳଲକ୍ଷ୍ୟ ବୋଲି ସଚେତନ ହେବାର ଦିଗଦର୍ଶନ ଦେଇଥିଲେ । ଅଧ୍ୟାପିକା ସୌମ୍ୟାଶ୍ରୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande