
ଜୟପୁର,୧୮ ମାର୍ଚ୍ଚ(ହି.ସ.) – ନାରାୟଣୀ ଇପ୍ସରାଜୀ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ପୁନର୍ବାର ଜାତୀୟ ସ୍ତରରେ ସଫଳତା ହାସଲ କରିଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଲମ୍ପିଆଡ ପରୀକ୍ଷା ଦେଇ ୭ମ ଶ୍ରେଣୀର ୍ୱାଇ ସରନ୍ୟା,ଦ୍ୱିତୀୟ ଶ୍ରେଣୀର ଆର.ରେମୋନା, ଏବପ୍ସ ଅଷ୍ଟମ ଶ୍ରେଣୀର କେ. ସାଇଚରଣ ଜାତୀୟ ସ୍ତରରେ ସ୍ୱର୍ଣ୍ଣପଦକ ଅର୍ଜନ କରିଛନ୍ତି। ଏଥିସହ ନର୍ସରୀ,ଏଲ.କେ.ଜି ଏବପ୍ସ ୟୁକେଜି ଶ୍ରେଣୀର ୨୮ଜଣ ଛାତ୍ରଛାତ୍ରୀ ମଧ୍ୟ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଶେଷ୍ ସମ୍ମାନ ସଭା ଅନୁଷ୍ଠିତ ହୋଇଥିଲା। ସ୍କୁଲର ପରିଚାଳନା ନିର୍ଦ୍ଦେଶକ ଅନିକେତ ପଟ୍ଟନାୟକ ଓ ଅଧ୍ୟକ୍ଷା ସୁଚିସ୍ମିତା ପଟ୍ଟନାୟକ ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଭାଇସ ପ୍ରିନିସିପାଲ ପ୍ରିୟଙ୍କା ମହାରଣା ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀଙ୍କ ଏହି ସଫଳତା ପଛରେ ଶିକ୍ଷକ ମାନଙ୍କ ଅବଦାନ ବହୁତ ରହିଛି। ସ୍କୁଲର ଅଧ୍ୟକ୍ଷା ନାରାୟଣୀ ପଟ୍ଟନାୟକ ଏବପ୍ସ ଉପ ଅଧ୍ୟକ୍ଷ ପିୟୁଷ ପଟ୍ଟ୍ନାୟକ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟସ୍ତରରେ କୃତିତ୍ୱ କରିବା ପରେ ନାରାୟଣୀ ଇପ୍ସରାଜୀ ବିଦ୍ୟାଳୟର ଶିକ୍ଷାର ମାନ ବଢିଛି ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି