ସୋସାଇଟି ପଞ୍ଜିକରଣ ନିମନ୍ତେ ସାର୍ବଜନୀନ ସଚେତନତା
ସମ୍ବଲପୁର,୧୮ ମାର୍ଚ୍ଚ(ହି.ସ.) – ଜିଲ୍ଲାର ସମସ୍ତ ସର୍ବସାଧାରଣଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି ଯେ'' ସୋସାଇଟି ପଞ୍ଜିକରଣ (ଓଡିଶା ସଂଶୋଧନ) ଆଇନ, ୨୦୨୧ର ଧାରା ୩ (୨) ଅନୁଯାୟୀ ୨୧ ମେ, ୨୦୨୧ ପରେ ପଞ୍ଜିକୃତ ସୋସାଇଟି ଗୁଡିକ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ ତାରିଖରୁ ୫ ବର୍ଷ ପ
ସୋସାଇଟି ପଞ୍ଜିକରଣ  ନିମନ୍ତେ ସାର୍ବଜନୀନ ସଚେତନତା


ସମ୍ବଲପୁର,୧୮ ମାର୍ଚ୍ଚ(ହି.ସ.) – ଜିଲ୍ଲାର ସମସ୍ତ ସର୍ବସାଧାରଣଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି ଯେ' ସୋସାଇଟି ପଞ୍ଜିକରଣ (ଓଡିଶା ସଂଶୋଧନ) ଆଇନ, ୨୦୨୧ର ଧାରା ୩ (୨) ଅନୁଯାୟୀ ୨୧ ମେ, ୨୦୨୧ ପରେ ପଞ୍ଜିକୃତ ସୋସାଇଟି ଗୁଡିକ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ ତାରିଖରୁ ୫ ବର୍ଷ ପାଇଁ ବଳବତର ରହିବ। ଏଥିସହ ସୋସାଇଟି ପଞ୍ଜିକରଣ ଆଇନ, ୧୮୬୦ ଏବଂ ସୋସାଇଟି ପଞ୍ଜିକରଣ (ଓଡିଶା ସଂଶୋଧନ) ଆଇନ, ୨୦୨୧ ଅଧୀନରେ ୨୧ ମେ, ୨୦୨୧ କିମ୍ବା ପୂର୍ବରୁ ପଞ୍ଜିକୃତ ସୋସାଇଟିଗୁଡ଼ିକ ୫ ବର୍ଷ ପାଇଁ (ଅର୍ଥାତ୍ ୨୦ ମେ, ୨୦୨୬ ପର୍ଯ୍ୟନ୍ତ) ବଳବତର ରହିବ। ତେଣୁ, ପଞ୍ଜିକୃତ ସୋସାଇଟିର ପଦାଧିକାରୀ/ ଅଧିକୃତ ଅଧିକାରୀମାନେ ସେମାନଙ୍କ ପଞ୍ଜୀକୃତ ସମୃକ୍ତ ସୋସାଇଟି ର ବୈଧତା ନବୀକରଣ ପାଇଁ ନିମ୍ନଲିଖତ ପ୍ରକ୍ରିୟା ଅନୁସରଣ କରି ଆବଶ୍ୟକୀୟ ପଦକ୍ଷେପ ନେଇପାରିବେ।

୧. ବୈଧତା ଅବଧି ସମାପ୍ତ ହେବା ପୂର୍ବରୁ ନବୀକରଣ ଧାରା ୩-ବି ର ଉପ-ଧାରା (୧) ଅନୁଯାୟୀ ୫ ବର୍ଷ ବୈଧ ଅବଧି ସମାପ୍ତ ହେବା ର ଏକ ମାସ ପୂର୍ବରୁ ପଞ୍ଜିକରଣ ପ୍ରମାଣପତ୍ର ନବୀକରଣ ପାଇଁ ପ୍ରତ୍ୟେକ ଆବେଦନ ପାଇଁ, ନିର୍ଦ୍ଧାରିତ ଫି ହେବଳ ୫୦୦/- (ପାଂଚଶହ ଟଙ୍କା)

୨. ବୈଧତା ଅବଧି ସମାପ୍ତ ହେବା ପରେ ନବୀକରଣ ଧାରା ୩-ବି ର ଉପ-ଧାରା (୨) ଅନୁଯାୟୀ ପାଂଚ ବର୍ଷ ବୈଧ ଅବଧି ସମାପ୍ତ ହେବାର ୬ ମାସ ପର୍ଯ୍ୟନ୍ତ ପଞ୍ଜିକରଣ ପ୍ରମାଣପତ୍ର ନବୀକରଣ ପାଇଁ ପ୍ରତ୍ୟେକ ଆବେଦନ ପାଇଁ, ଅନ୍ତିମ ଅବଧି ସମାପ୍ତ ହେବାର ଗୋଟିଏ ମାସ ମଧ୍ୟରେ – ୧,୦୦୦ ଟଙ୍କା, ଅନ୍ତିମ ଅବଧି ସମାପ୍ତ ହେବାର ଦୁଇ ମାସ ମଧ୍ୟରେ – ୧୫୦୦ ଟଙ୍କା, ଅନ୍ତିମ ଅବରଧି ସମାପ୍ତ ହେବାର ତିନି ମାସ ମଧ୍ୟରେ – ୨୦୦୦ଟଙ୍କା, ଅନ୍ତିମ ଅବଧି ସମାପ୍ତ ହେବାର ଚାରି ମାସ ମଧ୍ୟରେ – ୨୫୦୦ ଟଙ୍କା, ଅନ୍ତିମ ଅବଧ ସମାପ୍ତ ହେବାର ପାଂଚମାସ ମଧ୍ୟରେ – ୩୦୦୦ ଟଙ୍କା, ଅନ୍ତିମ ଅବଧି ସମାପ୍ତ ହେବାର ଛଅ ମାସ ମଧ୍ୟରେ – ୩୫୦୦ ଟଙ୍କା ଫି' ପ୍ରଯୁଜ୍ୟ ହେବ,।ନବୀକରଣ ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ- ଆବେଦନ ସହିତ ପଞ୍ଜିକରଣ ପ୍ରମାଣପତ୍ରର ସର୍ବଶେଷ ପ୍ରମାଣିତ କପି (ସି.ସି.), ସଂଘର ସ୍ମାରକପତ୍ରର ସର୍ବଶେଷ ପ୍ରମାଣିତ କପି (ସି.ସି.), ଉପ-ଆଇନର ସର୍ବଶେଷ ପ୍ରମାଣିତ କପି (ସି.ସି ), ଗତ ପାଂଚ ବର୍ଷର ଅଡିଟ୍ ରିପୋର୍ଟ, ଗତ ପାଂଚ ବର୍ଷର କାର୍ଯ୍ୟକଳାପ ରିପୋର୍ଟ, ସମାପ୍ତିର ନବୀକରଣ ସମ୍ପର୍କରେ ସାଧାରଣ ପରିଷଦର ନିଷ୍ପତି ଡକ୍ୟୁମେଣ୍ଟଗୁଡ଼ିକ ଦାଖଲ କରିବାକୁ ପଡିବ ବୋଲି ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସଂଯୁକ୍ତା କୁଲୁ ଗଣମାଧ୍ୟମକୁ ଜଣାଇଛନ୍ତି ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande