ପବିତ୍ର ଇଦ୍-ଉଲ୍ ଫିତର ପର୍ବ ପାଳନ ନିମନ୍ତେ ଶାନ୍ତି କମିଟି ବୈଠକ:ଟ୍ରାଫିକ ଉପରେ ଗୁରୁତ୍ୱ
ଭଦ୍ରକ, ୧୮ ମାର୍ଚ୍ଚ (ହି.ସ.) -ଧାମନଗର ବ୍ଲକ ଓ ଏନ୍ ଏ ସି ଅଞ୍ଚଳରେ ପବିତ୍ର ଇଦ୍-ଉଲ୍ ଫିତର ପର୍ବ ପାଳନ ନିମନ୍ତେ ପ୍ରଶାସନ ତରଫରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ୧୧ ଘଟିକା ସମୟରେ ଧାମନଗର ପଞ୍ଚାୟତ ସମିତି ସଭାଗୃହ ପରିସରରେ ଧାମନଗର ଶାନ୍ତି କମିଟି ଆବାହକ ତଥା ତହସିଲଦାର ସାଇଶ
dhamnagarare santi kamiti baithak


ଭଦ୍ରକ, ୧୮ ମାର୍ଚ୍ଚ (ହି.ସ.) -ଧାମନଗର ବ୍ଲକ ଓ ଏନ୍ ଏ ସି ଅଞ୍ଚଳରେ ପବିତ୍ର ଇଦ୍-ଉଲ୍ ଫିତର ପର୍ବ ପାଳନ ନିମନ୍ତେ ପ୍ରଶାସନ ତରଫରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ୧୧ ଘଟିକା ସମୟରେ ଧାମନଗର ପଞ୍ଚାୟତ ସମିତି ସଭାଗୃହ ପରିସରରେ ଧାମନଗର ଶାନ୍ତି କମିଟି ଆବାହକ ତଥା ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭଦ୍ରକ ଅତିରିକ୍ତ ଏସ ପି ଆଂଶୁମାନ ଦ୍ୱିବେଦୀ,ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲି,ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ,ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ଏନ୍ ଏ ସି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ,ଶାନ୍ତି କମିଟିର ବରିଷ୍ଠ ସଦସ୍ୟ ବାସୁଦେବ ତ୍ରିପାଠୀ,ବିରେନ୍ଦ୍ର କୁମାର ଜେନା,ଲମ୍ବୋଦର ଜେନା,କୃଷ୍ଣ ଚନ୍ଦ୍ର ଜେନା,ସେକ ଜାଫର ଅଲ୍ଲୀ ହବିବି,ପ୍ରତାପ ସାମଲ,ଗୋଲାମ ଜିଲାନି ହବିବି,ସେକ ମୁସ୍ତାକ,ଜ୍ଞାନରଞ୍ଜନ ମହାକୁଡ଼,ସେକ ତାଜୁଦ୍ଦିନ,ସେକ ଆସଲମ,ବିଦ୍ୟୁତ,ସ୍ୱାସ୍ଥ୍ୟ ଓ ଅନ୍ୟ ବିଭାଗ ଅଧିକାରୀ ଉପସ୍ଥିତ ରହି ପବିତ୍ର ଇଦ୍-ଉଲ ଫିତର ପର୍ବ କିପରି ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବ ସେନେଇ ବ୍ୟାପକ ଆଲୋଚନା କରିଥିଲେ। ଚଳିତ ମାର୍ଚ୍ଚ ମାସ ଜହ୍ନ ଦେଖି ୨୧ତାରିଖ ସକାଳ ୮ଟା ୩୦ରେ ଇଦଗା ମଇଦାନ ଠାରେ ସମୂହ ନମାଜ ପାଠ ଆରମ୍ଭ ହେବା ସହିତ ସମସ୍ତ ମସଜିଦରେ ମଧ୍ୟ ନମାଜ ପାଠ ୯ଟା ମଧ୍ୟରେ ସାରିବାର କାର୍ଯ୍ୟକ୍ରମ ରହିଛି ବୋଲି ବୈଠକରେ ସୂଚନା ପ୍ରଦାନ କରାଯାଇଛି। ଅଳ୍ପ ଦିନ ପୂର୍ବରୁ ରାସ୍ତା ଜାମ ପାଇଁ ସରକାରୀ ଜମି ଉଛେଦ କରାଯାଇଥିଲା ପୁଣି ସେଠାରେ ଉଠା ଦୋକାନୀଙ୍କ ଜବରଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ତେଣୁ ତୁରନ୍ତ ଉଛେଦ କରିବା ପାଇଁ କିଛି ସଦସ୍ୟ ଦାବି କରିଥିଲେ।ଶେଷରେ ଧାମନଗର ଥାନାର ନୂତନ ଅଧିକାରୀ ସୁବ୍ରଜିତ ଦାଶ ସମସ୍ତଙ୍କର ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande