ମିଳିତ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ - ଭକ୍ତ ଦାସ
ଭୁବନେଶ୍ୱର, ୦୫ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ ବିଜେଡି , କଂଗ୍ରେସ ଓ ସିପିଆଇଏମ୍ ଦଳ ମିଶି ଏକ ରାଜନୈତିକ ନିଷ୍ପତି ନେଇଛନ୍ତି। ଦୀର୍ଘ ବର୍ଷ ପରେ ଏଭଳି ନିଷ୍ପତି ନିଆଯାଇଛି। ଡାକ
Bhakta Charan Das (File Photo)


ଭୁବନେଶ୍ୱର, ୦୫ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ ବିଜେଡି , କଂଗ୍ରେସ ଓ ସିପିଆଇଏମ୍ ଦଳ ମିଶି ଏକ ରାଜନୈତିକ ନିଷ୍ପତି ନେଇଛନ୍ତି। ଦୀର୍ଘ ବର୍ଷ ପରେ ଏଭଳି ନିଷ୍ପତି ନିଆଯାଇଛି। ଡାକ୍ତର ଦତେଶ୍ୱର ହୋତାଙ୍କୁ ପାର୍ôଥ କରାଯାଇଛି। ନବୀନ ବାବୁଙ୍କ ପ୍ରପୋଜାଲକୁ ଏଆଇସିସି ଗ୍ରହଣ କରିଥିଲା। ରାଜ୍ୟର ହିତ ପାଇଁ ଆମେ କମାନ କ୍ୟାଣ୍ଡେଟ ଦେଲୁ। ଡାକ୍ତର ଦତେଶ୍ୱର ହୋତାଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଅବଦାନ ରହିଛି। ସମୟର ଆହ୍ୱାନ କ୍ରମରେ ଆମେ ସମସ୍ତେ ମିଶି ଏଭଳି ନିଷ୍ପତି ନେଇଛୁ। ଆମେ ଶତପ୍ରତିଶତ କଂଫିଡେଂଟ ଅଛୁ ଆମ ପାର୍ôଥ ନିଶ୍ଚିନ୍ତ ବିଜୟ ଲାଭ କରିବ ।କୌଣସି କ୍ରସ ଭୋଟିଙ୍ଗ ଦେବନାହିଁ।

ରାଜ୍ୟରେ ଏବେବି ନବୀନ ପଟ୍ଟନାୟକଙ୍କ ଅନେକ ଲୋକପ୍ରିୟତା ରହିଛି। ଭୋଟ ପ୍ରତିଶତରେ ବିଜେଡି ଆଗୁଆ ରହିଛି। ଏବେ ନବୀନ ବାବୁ ଯେଉଁ ନିଷ୍ପତି ନେଇଛନ୍ତି, ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଭଳି ସାହାସିକତାର ନିଷ୍ପତି। ଭାରତୀୟ ରାଜନୀତିରେ ବିଜୁ ବାବୁ ଏଭଳି ନିଷ୍ପତି ନେଉଥିଲେ। ମିଳିତ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଭକ୍ତ ଦାସ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande