
କେନ୍ଦ୍ରାପଡ଼ା,୦୭ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡା ଜିଲ୍ଲାରେ ବେଆଇନ ଭାବେ ବାଲିଖାଦାନ ଗୁଡିକ ଚାଲୁଥିବାବେଳେ ପୋଲିସ ଷ୍ଟାଣ୍ଡରେ ମଧ୍ୟ ଚୋରାବାଲି ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଉପଜିଲ୍ଲାପାଳ ତିନିଗୋଟି ବାଲିସାରାତରେ ୧୬୩ ଧାରା ଜାରି କରିବା ସତ୍ୱେ ପୋଲିସ୍ଜାଣତରେବ୍ୟାପକ ପରିମାଣରେବାଲିଚୋରାଚାଲାଣହେଉଥିବାର ଅଭିଯୋଗ ହୋଇଛି। ନୀଳକଣ୍ଠପୁର, ଅଳବା ଓ ଗରଦପୁରର ରତନପୁର ପ୍ରଭୃତି ଖାଦାନରୁ ବାଲ ିଚୋରା ଚାଲାଣ ହେଉଛି। ୧୬୩ ଧାରା ଜାରିକରିବା ପରେଏହି ତିନିଗୋଟି ବାଲିଖାଦାନଗୁଡିକର ଚୋରା ରୋକିବା ପାଇଁପୋଲିସ ସମ୍ପୂର୍ଣ୍ଣ ସକ୍ରୀୟ ହେବା ପରିବର୍ତେ ନିରବ ରହିବାରୁ ଏହି ତିନିଗୋଟି ଖାଦାନରୁ ବ୍ୟାପକ ପରିମାଣରେ ଚୋରା ବାଲିଚାଲାଣ ହେଉଥିବାର ଅଭିଯୋଗ ହେଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି