୧୮୫ ଜଣ ବରିଷ୍ଠ ନାଗରିକଙ୍କ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀଯାତ୍ରା ଆରମ୍ଭ
କେନ୍ଦ୍ରାପଡ଼ା,୦୭ ମାର୍ଚ୍ଚ(ହି.ସ.) – ପାବନ କ୍ଷେତ୍ର ଶ୍ରୀକ୍ଷେତ୍ର ଯାତ୍ରା କରି ଶ୍ରୀ ଜଗନ୍ନାଥ ଦର୍ଶନ କରି ମହାପୂଣ୍ୟ ଅର୍ଜନ କରିବା ପାଇଁ ରାଜ୍ୟସରକାରଙ୍କ ଅଭିନବ ଯୋଜନା ହେଉଛି ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା। ଏହି ଯୋଜନାରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮୫ ଜଣ ବରିଷ୍ଠ ନାଗରିକ ୫ଟି ବସରେ ପୁରୀ ଯ
୧୮୫ ଜଣ ବରିଷ୍ଠ ନାଗରିକଙ୍କଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀଯାତ୍ରା ଆରମ୍ଭ ।


କେନ୍ଦ୍ରାପଡ଼ା,୦୭ ମାର୍ଚ୍ଚ(ହି.ସ.) – ପାବନ କ୍ଷେତ୍ର ଶ୍ରୀକ୍ଷେତ୍ର ଯାତ୍ରା କରି ଶ୍ରୀ ଜଗନ୍ନାଥ ଦର୍ଶନ କରି ମହାପୂଣ୍ୟ ଅର୍ଜନ କରିବା ପାଇଁ ରାଜ୍ୟସରକାରଙ୍କ ଅଭିନବ ଯୋଜନା ହେଉଛି ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା। ଏହି ଯୋଜନାରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮୫ ଜଣ ବରିଷ୍ଠ ନାଗରିକ ୫ଟି ବସରେ ପୁରୀ ଯାତ୍ରା ଆରମ୍ଭ କରିଛନ୍ତି। କେନ୍ଦ୍ରାପଡ଼ା ସଂସ୍କୃତି ଭବନଠାରେ ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡ଼କ୍ଟର ଦୁର୍ଗାପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର ଆୟର, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, କେନ୍ଦ୍ରାପଡ଼ା ପୌର ପରିଷଦ ଅଧ୍ୟକ୍ଷା ସରିତା ସାହୁ ପତାକା ଦେଖାଇ ଶ୍ରୀ ଜଗନ୍ନାଥ ଦର୍ଶନ ଯାତ୍ରାର ଶୁଭାରମ୍ଭ କରିଥିଲେ। ବିଭିନ୍ନ ବ୍ଲକରୁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରାଯାଇ ୧୮୫ ଜଣ ବରିଷ୍ଠ ନାଗରିକଙ୍କୁ ସଂସ୍କୃତି ଭବନ ଅଣା ଯାଇ ସେମାନଙ୍କ ନାମ ପଞ୍ଜିକରଣ କରାଯିବା ସହ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଡାକ୍ତରୀ ପରୀକ୍ଷା ପରେ ସେମାନେ ଓଡିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଂଚଗୋଟି ବସ ଯୋଗେ ପୁରୀ ଯାତ୍ରା ଆରମ୍ଭ କରିଥିଲେ। ସମସ୍ତ ବରିଷ୍ଠ ନାଗରିକମାନେ ଜଗନ୍ନାଥ ଦର୍ଶନ କରି ଆଜି ରାତିରେ ପ୍ରତ୍ୟାବର୍ତନ କରିବେ। ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଘରକୁ ପଠାଇବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ। ଜିଲ୍ଲା ପର୍ଯ୍ୟଟନ ଓ ସାମାଜିକ ସୁରକ୍ଷା କାର୍ୟ୍ୟାଳୟର କର୍ମକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande