ଅଲ୍ ଓଡ଼ିଶା ଅଙ୍ଗନୱାଡୀ ଲେଡିଜୱାର୍କସ୍ ତରଫରୁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା,୦୭ ମାର୍ଚ୍ଚ(ହି.ସ.) – ଅଲ୍ଓଡିଶା ଅଙ୍ଗନୱାଡୀ ଲେଡିଜ୍ ୱାର୍କସ୍ ଆସୋସିଏସନ କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୩ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଅଙ୍ଗନୱାଡୀ କ
ଅଲ୍ଓଡିଶା ଅଙ୍ଗନୱାଡୀଲେଡିଜ୍ୱାର୍କସ୍ତରଫରୁ ଦାବିପତ୍ର ପ୍ରଦାନ ।


କେନ୍ଦ୍ରାପଡ଼ା,୦୭ ମାର୍ଚ୍ଚ(ହି.ସ.) – ଅଲ୍ଓଡିଶା ଅଙ୍ଗନୱାଡୀ ଲେଡିଜ୍ ୱାର୍କସ୍ ଆସୋସିଏସନ କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୩ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଅଙ୍ଗନୱାଡୀ କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯିବା, ଅଙ୍ଗନୱାଡୀ କର୍ମଚାରୀମାନଙ୍କୁ ଯେପର୍ଯ୍ୟନ୍ତ ସରକାରୀ କର୍ମଚାରୀ କରାଯାଇ ନାହିଁ ସେମାନଙ୍କୁ ତୁରନ୍ତ ବେତନ ପ୍ରଦାନ କରାଯିବା, ଅଙ୍ଗନୱାଡୀକର୍ମଚାରୀ ଓ ସହାୟିକାମାନଙ୍କୁଚାକିରୀରୁ ଅବସର ଦିଆଯାଇଅଛି। ତୁରନ୍ତ ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସମସ୍ତ ପ୍ରାପ୍ୟ ପ୍ରଦାନ କରାଯିବା ଆଦି ଦାବିଗୁଡ଼ିକ ରହିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାନେତ୍ରୀ ଶୈଳବାଳା ମିଶ୍ର, ଜିଲ୍ଲା ସମ୍ପାଦିକା ପୁଷ୍ପଲତା ରଥଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande