
କେନ୍ଦ୍ରାପଡ଼ା,୦୭ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲୁଥିବା ବଡ଼ବଡ଼ ପ୍ରକଳ୍ପଗୁଡ଼ିକର ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁରାମ୍.ଆର୍.ଆଇ.ଆର୍.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡଃ. ଦୁର୍ଗାପ୍ରସନ୍ନ ନାୟକ, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ସାଂସଦଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠୀ, ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲୁ ରହିଥିବା ବଡ଼ବଡ଼ ପ୍ରକଳ୍ପଗୁଡ଼ିକୁ ତୁରନ୍ତ ସମାପ୍ତ କରି ଜନସାଧାରଣଙ୍କ ହିତରେ ଲଗାଇବା ପାଇଁ ଆଲୋକପାତ କରାଯାଇଥିଲା। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ପ୍ରକଳ୍ପ ଗୁଡ଼ିକୁ ତୁରନ୍ତ ସମାପ୍ତ କରିବା ଓ ବିଭିନ୍ନ ପ୍ରକଳ୍ପ ଚାଲୁ ରହିଥିବାବେଳେ ବିଭିନ୍ନ ସ୍ଥାନରେ ଆସୁଥିବା ବାଧା ବିଘ୍ନକୁତୁରନ୍ତ ସମାପ୍ତ କରିବା ପାଇଁଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପଗୁଡିକତୁରନ୍ତ ସମାପ୍ତ ହେଲେଜିଲ୍ଲାର ଅଗ୍ରଗତି ହେବାସହ ଜନସାଧାରଣ ଉପକୃତ ହେବେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି