
ଜୟପୁର, ୦୭ ମାର୍ଚ୍ଚ (ହି.ସ.) - ଜୟପୁର କୋଲବ ଜଳସେଚନ ବିଭାଗର ମୁଖ୍ୟ କେନାଲରୁ ଯମୁନାଗୁଡା ଗ୍ରାମ ନିକଟରେ ସହରର କେନ୍ଦୁଗୁଡା ବାସିନ୍ଦା ଶ୍ୟାମସୁନ୍ଦର ନାୟକ (୫୦)ଙ୍କ ମୃତ ଦେହ ସଦରଥାନା ପୁଲିସ ପକ୍ଷରୁ ଗତକାଲି ସଂଧ୍ୟାରେ ଉଦ୍ଧାର କରାଯାଇଛି । ଏହିପରି ମୃତକଙ୍କ ବିବାହିତ ଝିଅ ସସ୍ମିତା ମୃତଦେହକୁ ଚିହ୍ନଟ କରିବା ପରେ ଆଜି ତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏଥିନେଇ ସଦରଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ତଦନ୍ତ ଆରମ୍ଭ କରିଥିବା ନେଇ ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି