ମିଳିତ ପ୍ରେସମିଟରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ କଂଗ୍ରେସକୁ ନିଶାନା ସାଧିଲେ ମୁଖ୍ୟମନ୍ତ୍ରୀ ଓ ସାଂସଦ ବାଂଶୁରୀ ସ୍ଵରାଜ
ଭୁବନେଶ୍ୱର, 19 ଏପ୍ରିଲ୍ (ହି.ସ.)- ମିଳିତ ପ୍ରେସମିଟରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ସାଂସଦ ବାଂଶୁରୀ ସ୍ଵରାଜ । ଭୁବନେଶ୍ବର ସ୍ଥିତ ବିଜେପି କାର୍ଯ୍ୟାଳୟରେ କଂଗ୍ରେସକୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ମ
ମିଳିତ ପ୍ରେସମିଟରେ ନାରୀ     ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ କଂଗ୍ରେସକୁ ନିଶାନା ସାଧିଲେ ମୁଖ୍ୟମନ୍ତ୍ରୀ ଓ ସାଂସଦ     ବାଂଶୁରୀ ସ୍ଵରାଜ


ଭୁବନେଶ୍ୱର, 19 ଏପ୍ରିଲ୍ (ହି.ସ.)- ମିଳିତ

ପ୍ରେସମିଟରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି

ମୁଖ୍ୟମନ୍ତ୍ରୀ ଓ ସାଂସଦ ବାଂଶୁରୀ ସ୍ଵରାଜ । ଭୁବନେଶ୍ବର ସ୍ଥିତ ବିଜେପି କାର୍ଯ୍ୟାଳୟରେ

କଂଗ୍ରେସକୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଜିକା ଦିନରେ

ନାରୀ ସବୁ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଛନ୍ତି । ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ

ଅଧା ହେଉଛନ୍ତି ମହିଳା । ନାରୀ ଶକ୍ତି ନିଶ୍ଚିତ ଭାବରେ ଆଗାମୀ ଦିନରେ ଏହାର ଜବାବ ଦେବେ । ସଂସଦ

ଓ ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ବ ବୃଦ୍ଧି ଚାହୁଁନି କଂଗ୍ରେସ । କାରଣ ବିଲ୍ ପାସ୍

ହୋଇଥିଲେ ୨୭୨ ମହିଳା ସଂସଦକୁ ନିର୍ବାଚିତ ହୋଇଥାନ୍ତେ । ମାତୃଶକ୍ତିକୁ ସଶକ୍ତ କରିବା ପାଇଁ

ପ୍ରଧାନମନ୍ତ୍ରୀ ମୋଦି ଶପଥ ନେଇ ସାରିଛନ୍ତି । ଯେଉଁମାନେ ଆଜି ଭାବୁଛନ୍ତି ଆମେ ଏହାକୁ ରୋକି

ଦେଲୁ, ତାହା ଭୁଲ୍

। ମୋଦି ଯାହା ପଣ କରିଥାନ୍ତି, ତାହାକୁ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିଥାନ୍ତି ବୋଲି

ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି କଂଗ୍ରେସ ଉପରେ

ବର୍ଷି ସାଂସଦ ବାଂଶୁରୀ ସ୍ଵରାଜ କହିଛନ୍ତି ଯେ, କଂଗ୍ରେସ ଓ ଏହାର ସହଯୋଗୀ ଦଳ ମାତୃଶକ୍ତିକୁ

ହତ୍ୟା କରିଛନ୍ତି । ମାତୃଶକ୍ତିର ଅଭିଶାପରୁ ବର୍ତ୍ତିପାରିବେ ନାହିଁ, ଦଣ୍ଡ

ପାଇବେ । ସେମାନେ ନାରୀଶକ୍ତିର ଦମ୍ ଦେଖିନାହାନ୍ତି,

ଠିକ୍ ସମୟରେ ଜବାବ ଦେବେ । ନାରୀ ନିଜର ଅପମାନ ଭୁଲିବ ନାହିଁ, ଉଚିତ୍

ଜବାବ ଦେବ ।୪୦ ବର୍ଷ ଧରି ମହିଳା ସେମାନଙ୍କ ହକ୍ରୁ ବଞ୍ଚିତ ଥିଲେ, ଏଥର

ପାଇଥାନ୍ତେ । ଏହା କାହାର ଶ୍ରେୟର ଲଢ଼େଇ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମହିଳା

ବିକାଶ ବିରୋଧୀ ଦଳଙ୍କୁ ଯେତେ ନିନ୍ଦା କଲେ ବି କମ୍ ହେବ

। କିଛି ରାଜ୍ୟର ପ୍ରତିନିଧିତ୍ବ କମିଯାଉଛି ବୋଲି ବିଭ୍ରାନ୍ତି ପ୍ରଚାର କରାଗଲା । ଗୃହ

ଭିତରେ ଦ୍ବନ୍ଦ୍ବ ଦୂର କରିବା ପାଇଁ ଗୃହ ମନ୍ତ୍ରୀ ତଥ୍ୟ ରଖିଲେ । ମାତ୍ର ରାଜନୈତିକ ସ୍ବାର୍ଥକୁ

ଗୁରୁତ୍ବ ଦେଇ ବିରୋଧୀ ବିଲ୍କୁ ବିରୋଧ କଲେ । ଏସବୁ ସତ୍ତ୍ବେ ପଛକୁ ଫେରିବୁନି, ମୋଦି

ନିଶ୍ଚିତ ନାରୀଙ୍କୁ ହକ୍ ପାଇଁ ଲଢ଼ିବେ ବୋଲି ବାଂଶୁରୀ ସ୍ୱରାଜ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande