ଅକ୍ଷୟ ତୃତୀୟା ଉପଲକ୍ଷେ ଭଜନ ସମାରୋହ
ବଲାଙ୍ଗୀର, ୨୧ ଏପ୍ରିଲ୍(ହି.ସ.) – କୋଶଳ କଳା ମଣ୍ଡଳ ପଡିଆରେ ବଲାଙ୍ଗୀରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସପ୍ତକ କଳା ପ୍ରକାଶିକା ବଲାଙ୍ଗିର ତରଫରୁ ଅଧ୍ୟକ୍ଷ ଶିବାନନ୍ଦ ତ୍ରିପାଠୀ(ଗାୟକ) ଙ୍କ ଅଧ୍ୟକ୍ଷତାରେ ଅକ୍ଷୟ ତୃତୀୟା ଉପଲକ୍ଷେ ଭଜନ ସମାରୋହ ଆୟୋଜିତ ହୋଇଯାଇଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ
ସପ୍ତକ କଳା ପ୍ରକାଶିକା ବଲାଙ୍ଗିର


ଅକ୍ଷୟ ତୃତୀୟା ଉପଲକ୍ଷେ ଭଜନ ସମାରୋହ


ବଲାଙ୍ଗୀର, ୨୧ ଏପ୍ରିଲ୍(ହି.ସ.) – କୋଶଳ କଳା ମଣ୍ଡଳ ପଡିଆରେ ବଲାଙ୍ଗୀରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସପ୍ତକ କଳା ପ୍ରକାଶିକା ବଲାଙ୍ଗିର ତରଫରୁ ଅଧ୍ୟକ୍ଷ ଶିବାନନ୍ଦ ତ୍ରିପାଠୀ(ଗାୟକ) ଙ୍କ ଅଧ୍ୟକ୍ଷତାରେ ଅକ୍ଷୟ ତୃତୀୟା ଉପଲକ୍ଷେ ଭଜନ ସମାରୋହ ଆୟୋଜିତ ହୋଇଯାଇଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ, ପୌରାଧ୍ୟକ୍ଷା ଲିକା ସାହୁ, ଲକ୍ଷ୍ମଣ ମେହେର, ଜିଲ୍ଲା ଫୁଟବଲ କୋଚ ପରାଶର ବାଗ, କ୍ଷମାନିଧି ଝାଙ୍କର ପ୍ରମୁଖ ଯୋଗ ଦେଇଥିଲେ। ବରିଷ୍ଠ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠିି ପ୍ରଦୀପ ପ୍ରଜ୍ଜଳନ କରି ଜଗନ୍ନାଥଙ୍କ ଭଜନ ପରିବେଷଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗୁରୁଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କୁ ସପ୍ତକ ସମ୍ମାନ ଦିଆଯାଇଥିଲା। ବ୍ୟବସାୟୀ କିଶୋର ରଥ, ମଂଚ ପରିଚାଳକ ରାଜିବ ଲୋଚନ ଆଚାର୍ଯ୍ୟ, କଳା ସଂଗଠକ ଜୟକୃଷ୍ଣ ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ ସପ୍ତକ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ମୁରଲି, ଅନିଲ, ଗଜାନନ। ଶେଷରେ ଶିବାନନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande