ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧିଦଳକୁ ନିନ୍ଦା
ଜୟପୁର, ୨୧ ଏପ୍ରିଲ୍(ହି.ସ.) – ଦେଶରେ ମହିଳା ବିଲକୁ ଲାଗୁ କରିବା ନେଇ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲୋକସଭାରେ ମହିଳା ବିଲ୍ ଉପସ୍ଥାପନ କରିଥିଲେ। କିନ୍ତୁ ବିରୋଧିଦଳ ଏହାକୁ ପ୍ରବଳ ବିରୋଧ ଯୋଗୁଁ ଏହି ବିଲ୍ କାଟ ଖାଇଥିଲା। ଏହିପରି ବିରୋଧିଦଳ ଅସହିଷ୍ଣୁ ହୋଇ
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧିଦଳକୁ ନିନ୍ଦା


ଜୟପୁର, ୨୧ ଏପ୍ରିଲ୍(ହି.ସ.) – ଦେଶରେ ମହିଳା ବିଲକୁ ଲାଗୁ କରିବା ନେଇ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲୋକସଭାରେ ମହିଳା ବିଲ୍ ଉପସ୍ଥାପନ କରିଥିଲେ। କିନ୍ତୁ ବିରୋଧିଦଳ ଏହାକୁ ପ୍ରବଳ ବିରୋଧ ଯୋଗୁଁ ଏହି ବିଲ୍ କାଟ ଖାଇଥିଲା। ଏହିପରି ବିରୋଧିଦଳ ଅସହିଷ୍ଣୁ ହୋଇ ମହିଳା ବିଲକୁ ବିରୋଧ କରିଥିଲେ ବୋଲି ଆଜି ଜୟପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀ ତଥା ପୂର୍ବତନ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡ. ଜ୍ୟୋତି ପାଣିଗ୍ରାହୀ ବିରୋଧି ଦଳକୁ ନିନ୍ଦା କରିଥିଲେ ଓ ଗତ ୨୦୨୩ ମସିହାରେ ମହିଳା ସଂରକ୍ଷଣ ବିଲ ପାର୍ଲାମେଣ୍ଟର ଉଭୟ ଗୃହରେ ପାରିତ ହୋଇଥିଲେ ସୁଦ୍ଧା ଏହାକୁ କାହିଁକି ବିଜେପି ଦଳର ପରିଚାଳିତ କେନ୍ଦ୍ର ସରକାର ଲାଗୁ କରିଲେ ନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ମହିଳା ମୋର୍ଚ୍ଚାର ନେତ୍ରୀମାନେ କୌଣସି ସ୍ପଷ୍ଟ ଉତର ଦେଇନଥିଲେ। ଏହିପରି ବିଜେପି ଦଳ ନିଜ ପକ୍ଷରୁ ଦେଶରେ ମହିଳା ମାନଙ୍କୁ ଅଗ୍ରାଧିକ ଦେଇ ବିଧାନସଭା ଏବଂ ସାଂସଦ ଭାବେ ସଂରକ୍ଷଣ ରଖିବାର କୌଣସି ପ୍ରସ୍ତାବ ରହିଛି ବୋଲି ପ୍ରଶ୍ନକୁ ନେଇ ଆଗାମୀ ସମୟ କହିବ ବୋଲି କହି ଏଡାଇ ଯାଇଥିଲେ। ଅନ୍ୟପକ୍ଷରେ ବିରୋଧି ଦଳର ଛୋଟ ମାନସିକତା ଯୋଗୁଁ ମହିଳା ମାନଙ୍କ ଉତଥାନ ଚାହୁଁନଥିବା ଯୋଗୁଁ ଏହିପରି ମହିଳା ସଂରକ୍ଷଣ ବିଲକୁ ଗତ ୧୬ ଏବଂ ୧୭ ତାରିଖରେ ପାର୍ଲାମେଂଟରେ ଉପସ୍ଥାପନ କରାଯାଇଥିଲେ ସୁଦ୍ଧା ପ୍ରବଳ ବିରୋଧ କରିଥିଲେ ବୋଲି ଅଭିଯୋଗ କରିଛନ୍ତି। ତେଣୁ ଆଗାମୀ ଦିନରେ ସାରା ଦେଶରେ ମହିଳା ମାନଙ୍କ ଯେଉଁ ଅନ୍ତଃଆତ୍ମା କାନ୍ଦିଛି ଏହା ନିଶ୍ଚିତ ଭାବେ ବିରୋଧିଦଳ ପରିଣଓମ ଭୋଗିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚର ନେତ୍ରୀ ମାନେ କହିଥିଲେ। ଏହି ଅବସରରେ ରାଜ୍ୟ ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ଜିଲ୍ଲା ସଭାନେତ୍ରୀ ସ୍ୱାତୀ ହୋତା, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟା ଅଞ୍ଜଳି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande